ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନେଏଡା ସ୍ଥିତ ସେକ୍ଟର ୧୨ ମେଟ୍ରୋ ହାର୍ଟ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲ ନିଆଁ ଲାଗିଯାଇଥିବା ଦେଖି ଚାରିଆଡେ ଆତଙ୍କ ଖେଳି ଯାଇଛି । ଘଟଣାରେ ପୋଲିସ ଏବଂ ଦମକଳବାହିନୀ ଟିମ୍ ପହଁଚି ନିଆଁ ଲିଭାଇବା ସହ ହସ୍ପିଟାଲରୁ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ଲାଗିପଡିଛନ୍ତି ।
ଘଟଣାକୁ ନେଇ ହସ୍ପିଟାଲର ଚେୟାରମ୍ୟାନ୍ ଡାଃ ପୁରୁଷେତ୍ତମ ଲାଲ କହିଛନ୍ତି କି , ନିଆଁ ଲାଗିବା ପଛରେ କେହି ଷଡଯନ୍ତ୍ର କରିଥିବା ଅନୁମାନ କରାଯାଉଛି । ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି । ସେହି ସମୟରେ ସେ ହସ୍ପିଟାଲରେ ଥିଲେ ବୋଲି ମତବ୍ୟକ୍ତ କରିଛନ୍ତି ।
ହସ୍ପିଟାଲରେ ନିଆଁ କିଭଳି ଲାଗିଲା ଏବଂ କେତେ ପରିମାଣର କ୍ଷତି ହୋଇଛି ସେ ନେଇ କୌଣସି ସ୍ପଷ୍ଟ ହୋଇ ନାହିଁ । ହସ୍ପିଟାଲର ତୃତୀୟ ମହଲାରେ ଏହି ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ୧୨ ରୁ ଅଧିକ ଦମକଳ ଗାଡି ଲାଗି ପଡିଛନ୍ତି ।
ଖବରମୁତାବକ, ହସ୍ପିଟାଲରେ ନିଆଁ ଲାଗିବା ସମୟରେ କିଛି ରୋଗୀଙ୍କର ଅପରେସନ୍ ଚାଲିଥିଲା । ମାତ୍ର ଏହି ଦୁର୍ଘଟଣାକୁ ଦେଖି ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ଅନେକ ରୋଗୀ ହସ୍ପିଟାଲ ଭିତରେ ଫସି ରହିଛନ୍ତି । ନିଆଁ ଲାଗିବା ପରେ ଚାରିଆଡେ ଖାଲି କଳା ଧୂଆଁ ହିଁ ଧୂଆଁ ।