କଟକ (ଏଟିଆର ବ୍ୟୁରୋ); ପୁଣିଥରେ ମେଡିକାଲରେ ନିଆଁ । ଏଥରକ କଟକ ବଡ ମେଡିକାଲରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇ ନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ଜାଣିବାକୁ ମିଳିଛି। ମେଡିକାଲ୍ରେ ଥିବା ପାଥୋଲୋଜି ବିଭାଗର ଦୁଇଟି ରୁମ୍ରେ ନିଆଁ ଲାଗିଥିବା ହେତୁ ଏପରି ଭୟାନକ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିିଛି। ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମେଡିକାଲ୍ର ୧୦ରୁ ଊର୍ଧ୍ୱ ଏସି ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଆସବାପତ୍ର ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।
ନିଆଁ ଲାଗିବା ଖବର ମେଡିକାଲ କତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା । କିନ୍ତୁ ସେତିକି ବେଳକୁ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଏଥିରେ ରୋଗୀଙ୍କର କ୍ଷତି ହୋଇନଥିଲେ ସୁଦ୍ଧା ନିଆଁ ଦେଖିବା ପରେ ରୋଗୀମାନେ ଭୟଭୀତ ହୋଇଯାଇଥିଲେ । ନିଆଁ ଦେଖି ଜୀବନ ବଞ୍ଚଇବା ପାଇଁ ଏଣେ ତେଣେ ଦୌଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ମେଡିକାଲରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ସମ ହସ୍ପିଟାଲରେ ନିଆଁ ଲାଗି କିଛି ଲୋକଙ୍କର ପ୍ରାଣ ଯାଇଥିବା ବେଳେ ଏମଏସରେ ମଧ୍ୟ ନିଆଁ ଲାଗିଥିଲା ।