ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ନୌସେନାର ମିଗ୍ ୨୯ ବିମାନ ଦୁର୍ଘଟଣାଗସ୍ତ ଘଟିଛି । ଶନିବାର ଗୋଆରେ ବିମାନଟି ଟେକ୍ ଅଫ୍ କରିବାର କିଛି ସମୟ ପରେ ଦୁର୍ଘଟଣାର ଶିକାର ହୋଇଛି । ସେପଟେ ବିମାନରେ ଥିବା ଦୁଇ ଜଣ ପାଇଲଟ ବିମାନରୁ ତଳକୁ ଡେଇଁ ନିଜକୁ ବଞ୍ଚାଇଛନ୍ତି । ଦୁଇ ଜଣ ପାଇଲଟ ପ୍ରଶିକ୍ଷଣ ମିଶନରେ ରହିଥିଲେ । ଯେଉଁ ବିମାନଟି ଦୁର୍ଘଟଣା ଗସ୍ତ ହୋଇଛି ତାହା ଟ୍ରେନର ବର୍ଜନର ଲଢାକୁ ବିମାନ ଥିଲା ।
Indian Navy Sources: A MiG-29K fighter aircraft crashed in Goa soon after it took off for a training mission. Both the pilots have managed to eject safely. The aircraft involved in the crash was a trainer version of the fighter jet. pic.twitter.com/nMWPYOeUFN
— ANI (@ANI) November 16, 2019
ନୌସେନାର ପ୍ରବକ୍ତା କମାଣ୍ଡର ବିବେକ ମାଧବାଲ କହିଛନ୍ତି, ମିଗ୍ ୨୯ ର ଟ୍ରେନର ଏୟାରକ୍ରାଫ୍ଟର ଇଞ୍ଜିନ୍ରେ ନିଆଁ ଲାଗି ଯିବା ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ବିମାନରେ ଥିବାର ପାଇଲଟ କ୍ୟାପ୍ଟେନ ଏମ ଶିୟୋଖଣ୍ଡ ଏବଂ ଲେଫ୍ଟିନାଣ୍ଟ କମାଣ୍ଡର ଦୀପକ ଯାଦବଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି ।