ମୁମ୍ବାଇ(ଏଟିଆର ବ୍ୟରୋ): ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଚିଠିକୁ ସ୍ୱୀକାର କରିଛନ୍ତି। ସୁଶାନ୍ତଙ୍କ ଅଚାନକ ମୃତ୍ୟୁକୁ ନେଇ ସବୁ ସ୍ଥାନରେ ଶୋକର ଛାୟା ଖେଳିଥିଲା।
ତେଣୁ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଓ ତାଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଆବେଦନ କରିଥିଲେ। ସୁବ୍ରମଣ୍ୟମ ସ୍ୱାମୀଙ୍କ ଚିଠିକୁ ସ୍ୱୀକାର କରିବା କଥା ଜାଣିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଆଶା କରିଛନ୍ତି କି ତାଙ୍କୁ ନ୍ୟାୟ ମିଳିବ ।
ସୁବ୍ରମଣ୍ୟମ ସ୍ୱାମୀ ସର୍ବଶେଷ ଟ୍ୱିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପାଇଥିବା ଚିଠିର ଏକ କପି ସେୟାର କରିଛନ୍ତି।