ମୟୁରଭଞ୍ଜ(ଏଟିଆର ବ୍ୟୁରୋ): ଆଜି ବାଲେଶ୍ୱର ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲା ଦୁଆରଶୁଣୀ ଘାଟିରେ ପୃଥକ ପୃଥକ ଭାବେ ଦୁଇଟି ଦୁର୍ଘଟଣାରେ ୨ଜଣ ମୃତୁ ବରଣ କରିଛନ୍ତି । ସୂଚନା ଅନୁସାରେ ବାଲେଶ୍ୱର ଲକ୍ଷଣନାଥ ଫାଟକ ନିକଟରେ ନଛମିପୁର ପଞ୍ଚାୟତର ଉଦଳା ଗ୍ରାମର ବିମଳ ଜେନାଙ୍କୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ ମାଲବାହୀ ଟ୍ରକ ଧକ୍କା ଦେଇ ତାଙ୍କ ଉପରେ ଚଢିଯାଇଥିଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ଜଳେଶ୍ୱର ସ୍ଥିତ ଗୋପିକୀସାନ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଟ୍ରକଟିକୁ ଜବତ କରିଛି ।
ସେହିପରି ଭାବେ ଦୁଆରଶୁଣୀ ଘାଟିରେ ଦୁଇଟି ଟ୍ରକ ମୁହାମୁହିଁ ହେବା ଫଳରେ ଗୋଟିଏ ଟ୍ରକର ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତୁ ଘଟିଛି । ମୃତକଙ୍କ ପରିଚୟ ମିଳି ନାହିଁ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାରୁ ବିଶୋଇ- ବାଙ୍ଗିରିପୋଷି ରାସ୍ତା ଜାମ ହୋଇଯାଇଥିଲା । ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଶବ ଓ ଆହତ ମାନଙ୍କୁ ଉଦ୍ଧାର କରିଛି । ତେବେ ଗତ ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ଏହି ଘାଟିରେ ଦୁର୍ଘଟଣାରେ ୭ଜଣଙ୍କ ମୃତୁ ହେବା ସହ ପାଖାପାଖି ୭୦ ଜଣ ଆହାତ ହୋଇଛନ୍ତି । ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଅଞ୍ଚଳରେ ଦୁର୍ଘଟଣା ରୋକିବାରେ ବିଫଳ ହୋଇଛନ୍ତି ।