ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ନବକ ଶ୍ରେଣୀ ବାର୍ଷିକ ପରୀକ୍ଷା ଅଧାରେ ଅଟକି ରହିଛି । ଛାତ୍ର-ଛାତ୍ରୀମାନେ କେବଳ ୫ ଟି ବିଷୟରେ ପରୀକ୍ଷା ଦେଇଥିଲେ । ଏହାପରେ ପରୀକ୍ଷା ସ୍ଥଗିତ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତି ପାଇଁ ପୁର୍ନବାର ପରୀକ୍ଷା କରାଯିବା ଅସମ୍ଭବ । ସେଥିପାଇଁ ଯେଉଁ ୫ ଟି ବିଷୟରେ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଛନ୍ତି, ସେହି ଖାତାଗୁଡିକୁ ମୂଲ୍ୟାୟନ କରଯାଇ ଛାତ୍ର-ଛାତ୍ରୀଙ୍କୁ ଦଶମ ଶ୍ରେଣୀଙ୍କୁ ଉତ୍ତିର୍ଣ୍ଣ କରାଯିବ । ସେହି ଖାତାଗୁଡିକୁ ଶିକ୍ଷକ-ଶିକ୍ଷୟତ୍ରୀ ମାନେ କିଭଳି ଘରେ ରହି ମୂଲ୍ୟାୟନ କରିବେ ସେନେଇ ଆଲୋଚନା କରାଯାଉଛି ବୋଲି ବିଦ୍ୟାଦଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ବର୍ତ୍ତମାନ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କିଭଳି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପଦକ୍ଷେପ ନିଆଯିବା ସେନେଇ ଏକ ଆଭ୍ୟନ୍ତରୀଣ କମିଟି କରାଯାଇଛି । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ଭିଡିଓ କନଫରେନସିଙ୍ଗ ଜରିଆରେ ଏହି କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏଥିରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଅନଲାଇନ୍ ପାଠ ପଢା ଉପରେ ନିଷ୍ପତି ହୋଇଛି ।
କରୋନା ପାଇଁ ଛାତ୍ର-ଛାତ୍ରୀଙ୍କ ପାଠ ପଢା ଉପରେ ପ୍ରଭାବ ପଡିଛି । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି କି ଦୀକ୍ଷା ଆପ୍ ଯୋଗେ ଦଶମ ଶ୍ରେଣୀର ଛାତ୍ର ଛତ୍ରୀ ପାଠ ପଢିବେ । ଏହାସହିତ ସେମାନଙ୍କୁ ଅନଲାଇନ୍ ଯୋଗେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗାଇଡ୍ କରିବେ ।