ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ ନିଷ୍ପତି । କରୋନା କଟକଣା ପାଇଁ ରାଜ୍ୟରେ ପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ପାସ୍ । କେହି ଫେଲ ହେବେନି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି ଯେଉଁ ଛାତ୍ର-ଛାତ୍ରୀ ନବମ ଶ୍ରେଣୀରୁ ଦଶମ ଶ୍ରେଣୀକୁ ଉତ୍ତିର୍ଣ୍ଣ ହେବେ ସେମାନଙ୍କ ପାଇଁ ବି ଖୁସୀ ଖବର । ସେଥିପାଇଁ ସର୍ତ୍ତମୂଳକ ଭାବେ ପିଲାଙ୍କୁ ପାସ୍ କରିବାର ନିଷ୍ପତି ନିଆଯାଇଛି । ସେହିଅନୁଯାୟୀ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଷାଣ୍ମାସିକ ପରୀକ୍ଷାର ନମ୍ବର ଆଧାରରେ ପାସ୍ ହୋଇ ପାରିବେ । ଏହାସହିତ ନବମ ଶ୍ରେଣୀର ବାକି ରହି ଯାଇଥିବା ପରୀକ୍ଷା କରାନଯାଇ ଷାଣ୍ମାସିକ ପରୀକ୍ଷା ନମ୍ବର ଆଧାରରେ ପିଲାଙ୍କୁ ପାସ୍ କରାଯିବ ।