କଟକ (ଏଟିଆର ବ୍ୟୁରୋ); ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ । ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ସେମାନେ ପୁନଃ ଯାଞ୍ଚ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସବଜେକ୍ଟିଭ ଓ ଅବଜେକ୍ଟିଭ ବିଷୟରେ ଓ ପରୀକ୍ଷା ଖାତା ନକଲ ଯାଞ୍ଚ ପାଇଁ ଦେୟ ଦେବାକୁ ହେବ ।
ଆବେଦନ କରିବା ପାଇଁ ସମସ୍ତ ନିୟମାବଳୀ ବୋର୍ଡ ୱେବସାଇଟରେ ଉପଲବ୍ଧ । ଜୁନ୍ ୬ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ ।