ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ତାତି । ଖରା ଗରମରେ କଲବଲ ରାଜ୍ୟବାସୀ । ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଅଧିକ ରହୁଛି । ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରର ପାର୍ କରିଛି । ଯାହା ଅନ୍ୟ ସହର ତୁଳନାରେ ଅଧିକ ।
ସେହିପରି ଝାରସୁଗୁଡା ୩୮.୪ ଡିଗ୍ରୀ, ସମ୍ବଲପୁର ୩୮.୨ ଡିଗ୍ରୀ,ହୀରାକୁଦ ୩୭.୪,ଚାନ୍ଦବାଲି ୩୬.୬, େ;କନ୍ଦୁଝର ୩୬.୪, ଗୋପାଳପୁର ୩୪.୬, ବାଲେଶ୍ୱର ୩୩.୬, ପୁରୀ ୩୩, ପାରାଦ୍ୱୀପ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।