ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ଅବଧି ମଧ୍ୟରେ ୯ମ ଏବଂ ୧୦ ଶ୍ରେଣୀର ପିଲାଙ୍କ ପାଠ ପଢା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର ।
ସରକାରଙ୍କ ନିଷ୍ପତିକ୍ରମେ ପିଲାଙ୍କ ସୁବିଧା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ବିଭିନ୍ନ ଜୋନାଲ କେନ୍ଦ୍ରକୁ ୯ମ ଓ ୧୦ମ ଶ୍ରେଣୀ ବହି ପଠାଯିବ । ସେସବୁ ଜୋନାଲ କେନ୍ଦ୍ରଗୁଡିକ କଟକ, ସମ୍ବଲପୁର, ଭୁବନେଶ୍ୱର,ବ୍ରହ୍ମପୁର ଏବଂ ବାଲେଶ୍ୱରରେ ରହିଛି । ଏଠାରେ ବହି ସଂଗ୍ରହ କରି ଡିଲରମାନେ ବିକ୍ରି କରି ପାରିବେ । ଏନେଇ ବିଦ୍ୟାଳୟର ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ସେହିପରି ଲକ୍ ଡାଉନ୍ ପାଇଁ ଏହାସହିତ ଦଶମ ଶ୍ରେଣୀ ଖାତା ମୂଲ୍ୟାୟନ ହୋଇ ପାରୁନଥିଲା । କିନ୍ତୁ ବହୁତ ଶ୍ରୀଘ୍ର ଖାତା ମୂଲ୍ୟାୟନ କରାଯିବ । ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖାଯିବ । ଏହାସହତ୍ ଖାତା ମୂଲ୍ୟାୟନ କେନ୍ଦ୍ର ଏବଂ ମୂଲ୍ୟାଙ୍କନକାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇ ୪୫ ଦିନ ଭିତରେ ଫଳାଫଳ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।