ଭୁବନେଶ୍ୱର(ଏଟିଆର ବ୍ୟୁରୋ); ସ୍ଥାନୀୟ ନୟାପଲ୍ଲୀରେ ଥିବା କସ୍ତୁରବା ବିଦ୍ୟାଳୟରେ ବାର୍ଷିକ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ଖେଳ ପଡିଆରେ ପ୍ରଥମ ଦିନର ଖେଳ ଆରମ୍ଭ ହୋଇଯାଇଛି । ଦୁଇ ଦିନ ଧରି ଏହି ଖେଳ ପ୍ରତିଯୋଗିତା ଚାଲୁରହିବ । ଖେଳ ପ୍ରତିଭା ଲୁଚି ରହିଥିବା ପ୍ରତିଭା ମାନଙ୍କୁ ପ୍ରଛାହନ ଦେବା ବିଦ୍ୟାଳୟ ମୁଖ୍ୟ ଲକ୍ଷ । କାରଣ ଆଜିର ଶିଶୁ କାଲିର ଭବିଷ୍ୟତ । ଏଣୁ ପିଲା ଦିନରୁ ଏମାନଙ୍କର ଖେଳ ପ୍ରତି ରୁଚି ବଢ଼ାଇବା ସହ ଏମାନଙ୍କ ଶରୀର ସୁସ୍ଥ ରହିବ ବୋଲି ବିଦ୍ୟାଳୟ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପିଲାଙ୍କ ପାଇଁ ପାଠ ପଢ଼ା ସହ ଖେଳକୁଦ ନିହାତି ଦରକାର । ଏଣୁ ବିଦ୍ୟାଳୟ ପକ୍ଷରୁ ଏଭଳି ଏକ କ୍ରିଡା ଉତ୍ସବ ପାଳନ କରାଯାଇଛି । ଆୟୋଜିତ ହୋଇଥିବା ଏହି କ୍ରିଡା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରଷ୍କାର ପ୍ରଦାନ କରାଯିବ । ବିଦ୍ୟାଳୟର ସବୁ ଛାତ୍ର ଛାତ୍ରୀମାନେ ଭଲ ଖେଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ପୁରଷ୍କାର ଆଶା ଏବଂ ନିଜର ପରାକାଷ୍ଠା ଦେଖାଇବା ପାଇଁ ନିଜର ଆପ୍ରାଣ ଚେଷ୍ଠା କରିଛନ୍ତି ।