ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମାନବ ସଂସାଧନ ବିକାସ ମନ୍ତ୍ରାଳୟ ଆଜି ଶିକ୍ଷା ସଂସ୍ଥା ଗୁଡିକର ଏନଆଇଆରଏଫ ର୍ୟାଙ୍କିଂ ୨୦୨୦ ଜାରି କରିଛନ୍ତି । ସମସ୍ତ କ୍ୟାଟେଗୋରୀରେ ଆଇଆଟି ମାଦ୍ରାସ ପଥମ ଏବଂ ବେଙ୍ଗାଲୁରୁର ଆଇଆଇଏସସି ଦ୍ୱିତୀୟ ସ୍ଥାନରେ ରହିଛି ।ସେହିପରି ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀ ରେ ଆଇଆଇଏସସି ବେଙ୍ଗାଲୁରୁ ଶୀର୍ଷ ରେ ଟପ୍ ରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜେଏନୟୁ ଦିଲ୍ଲୀ ଏବଂ ତୃତୀୟ ସ୍ଥାନରେ ବିଏଚୟୁ ରହିଛି ।
– ଇଞ୍ଜିନିୟରିଂ ଇଂଷ୍ଟିଚ୍ୟୁଟ କ୍ୟାଟେଗୋରୀରେ ଆଇଆଇଟି ମାଦ୍ରାସ ଟପ୍ ରେ ରହିଛି । ଦ୍ୱିତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ଏବଂ ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ ରହିଛି ।
– ବେଷ୍ଟ ମ୍ୟାନେଜମେଣ୍ଟ ଇଂଷ୍ଟିଚ୍ୟୁଟ କ୍ୟାଟେଗୋରୀରେ ଆଇଆଇଏମ ଅହମଦାବାଦ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଆଇଆଇଏମ ବେଙ୍ଗାଲୁରୁ ଏବଂ ତୃତୀୟରେ ଆଇଆଇଏମ କୋଲକାତା ରହିଛି ।
– ମେଡିକାଲ କଲେଜ ଭିତରେ ଏମ୍ସ ଦିଲ୍ଲୀ ଟପ୍ ରେ ରହିଛି । ଦ୍ୱିତୀୟରେ ପିଜିଆଇଏମଇଆର ଚଣ୍ଡିଗଡ ଏବଂ ତୃତୀୟରେ କ୍ରିଷ୍ଟିନ ମେଡିକାଲ କଲେଜ ବେଙ୍ଗାଲୁରୁ ରହିଛି ।
– ବେଷ୍ଟ କଲେଜ ଭିତରେ ଦିଲ୍ଲୀ ୟୁନିଭରସିଟିର ମିରାଣ୍ଡା ହାଉସ ପ୍ରଥମରେ, ଏଲଏସଆର ଦ୍ୱିତୀୟରେ ଏବଂ ହିନ୍ଦୁ କଲେଜ ତୃତୀୟ ସ୍ଥାନରେ ରହିଛି ।
– ଲଅ’ ରେ ଏନଏଲୟୁ ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବା ବେଳେ ଏନଏଲୟୁ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି ।
– ଆର୍କିଟେକଚର କ୍ୟାଟେଗୋରୀରେ ଆଇଆଇଟି ଖଡକପୁର ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆଇଆଇଟି ରୁଡକି ଏବଂ ତୃତୀୟ ସ୍ଥାନରେ ଆଇଆଇଟି କାଲିକଟ ରହିଛି ।
– ଡେଣ୍ଟାଲ କଲେଜ କ୍ୟାଟେଗୋରୀରେ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜ ପ୍ରଥମ ସ୍ଥାନରେ ରହିଛି ।
– ଫାର୍ମସି ର୍ୟାକିଂଙ୍ଗରେ ଜାମିୟା ହମଦର୍ଦ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି ।
ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡିଶାର ୩ ଟି କଲେଜ ସାମିଲ ହୋଇଛି । ସେହି ଅନୁଯାୟୀ ୨୦ତମ ସ୍ଥାନରେ ସୋଆ ରହିଥିବା ବେଳେ ୨୪ତମ ସ୍ଥାନରେ କିଟ୍ ଏବଂ ୯୬ ସ୍ଥାନରେ ଉକ୍ରଳ ବିଶ୍ୱବିଦ୍ୟାଳୟ ରହିଛି ।
ଅନ୍ୟପଟେ ଇଞ୍ଜିନିୟରିଂ କଲେଜ ଭିତରେ ଓଡିଶାର ୭ଟି କଲେଜ ରହିଛି । ସେହିଅନୁଯାୟୀ ୧୬ତମ ସ୍ଥାନରେ ଏନଆଇଟି ରାଉଲକେଲା, ୨୨ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର,୩୪ତମ ସ୍ଥାନରେ ସୋଆ, ୪୨ତମ ସ୍ଥାନରେ କିଟ୍, ୯୩ତମ ସ୍ଥାନରେ ସିଭି ରମଣ , ୧୧୯ତମ ସ୍ଥାନରେ ଭିସୁଟ ରହିଥିବା ବେଳେ ୧୭୯ ସ୍ଥାନରେ ଏସଆଇଟି ଭୁବନେଶ୍ୱର ରହିଛି ।