ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁିକିଛି ବଦଳାଇ ଦେଇଛି କରୋନା । ଏହାର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏହାସହିତ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଦୋହଲାଇ ରଖିଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ପାଇଁ ଗୋଟେ ପରେ ଗୋଟେ ପଦକ୍ଷେପ ନିଆଯାଉଛି । ଇତିମଧ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ସେମାନଙ୍କ ସ୍କୁଲ ଫି କମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି ।
In view of the lockdown & associated economic stress for #COVID19, #Odisha Govt advises all private educational institutions to be sympathetic to consider reduction/deferment of school fees from April to June. This will help the parents whose income have been adversely affected.
— CMO Odisha (@CMO_Odisha) April 10, 2020
କରୋନା ପାଇଁ ଲକ୍ ଡାଉନ୍ ଏବଂ ମାନ୍ଦା ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ସେମାନଙ୍କ ସ୍କୁଲ୍ ଫି ଏପ୍ରିଲରୁ ଜୁନ୍ ଯାଏଁ କମ କରିବା ବା ଘୁଞ୍ଚାଇବା ପାଇଁ ପରାମର୍ଶ ଦିଆଯାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସହାନୁଭୂତି ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହା ସେହି ପିତା-ମାତାଙ୍କୁ ସହାୟକ ହେବ ଯାହାଙ୍କର ଆୟ ଉପରେ ପ୍ରଭାବ ପଡିଛି ।