ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ଫଳ । ଚଳିତ ବର୍ଷ ଅଫଲାଇନରେ ୨୫ ହଜାର ୭୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଅନଲାଇନରେ ୧୩ ହଜାର ୯୧୮ ଜଣ ପିଲା ପରୀକ୍ଷା ଦେଇଥିଲେ । ଉଭୟ ଅନଲାଇନ ଓ ଅଫ୍ଲାଇନ ରେଜଲ୍ଟ ପ୍ରକାଶ ପାଇଛି। ଏମ୍ବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଛନ୍ତି । ଏମ୍ସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର ହୋଇଛନ୍ତି।
ଏମ୍.ଟେକରେ ପ୍ରଦୀପ କୁମାର ବାରିକ, ଏମ୍ .ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଟପ୍ପର ହୋଇଛନ୍ତି। ବି.ଫାର୍ମରେ ସମୀର କୁମାର ପାଢ଼ୀ, ଫାର୍ମାସି ଲ୍ୟାଟେରାଲ ଏଣ୍ଟ୍ରିରେ ଅମିତ କୋଟାଲ ଏବଂ ବିଏସ୍ସିର ଲ୍ୟାଟେରାଲ ଏଣ୍ଟ୍ରିରେ ଭବାନୀ ଶଙ୍କର ବେହେରା ଟପ୍ପର ହୋଇଛନ୍ତି । ସେହିପରି ଇଣ୍ଟିଗ୍ରେଟେଡ ଏମ୍ବିଏରେ ସ୍ୱୀକୃତି ମହାପାତ୍ର ଟପ୍ପର ହୋଇଥିବା ବେଳେ ଲ୍ୟାଟେରାଏ ଏଣ୍ଟ୍ରି ଏମ୍ସିଏରେ ସୁମନ୍ତ ପାତ୍ର ଟପ୍ପର ହୋଇଛନ୍ତି।
ପିଜି କୋର୍ସ ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମ୍.ଫାର୍ମା , ଇଂଜିନିୟରିଂ ପାଇଁ ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। । ଏମବିଏ, ଏମସିଏ, ଏମ.ଟେକ, ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା ଏବଂ ଲାଟେରାଲ ଏଣ୍ଟ୍ରି ଏମସିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ୮ ଓ ୯ ତାରିଖରେ ପ୍ରଥମ ଥର ଲାଗି ଅନଲାଇନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ଲାଟେରାଲ ଏଣ୍ଟ୍ରି ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା,ବି.ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମାସ ୧୮ ତାରିଖରେ ଅଫଲାଇନରେ ପରୀକ୍ଷା କରାଯାଇଥିଲା ।