ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ରେଜଲ୍ଟ । ଚଳିତବର୍ଷ ଯୁକ୍ତ ଦୁଇ କଳା ବିଭାଗରେ ପାସ୍ ହାର ୭୮.୮୮ ପ୍ରତିଶତ ରହିଛି ।
ବୋର୍ଡର ୱେବସାଇଟ ଏବଂ ସାମସ୍ ଇ-ସ୍ପେସରେ ରେଜଲ୍ଟ ଉପଲବ୍ଧ । ଛାତ୍ରଛାତ୍ରୀମାନେ ଏହା ମାଧ୍ୟମରେ ରେଜଲ୍ଟ ଦେଖିପାରିବେ ।
ଚଳିତ ବର୍ଷ କଳାରେ ୨,୧୯,୧୧୦ ଜଣ ଛାତ୍ରଛାତ୍ରୀ ଏବଂ ଧନ୍ଦାମୂଳକରେ ୫୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।