ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ଏବେ ଚିନ୍ତାରେ ଅଛନ୍ତି ଆଗାମୀ ଭବିଷ୍ୟତମାନେ । ତେବେ ଏହାରି ମଧ୍ୟରେ କ୍ଲାସରୁମରେ ବସି ପାଠପଢିବା ସମ୍ଭବ ପର ହେଉନଥିବାବେଳେ ଏବେ ୟୁଟ୍ୟୁବରେ ପାଠପଢିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ପୂର୍ବରୁ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠପଢିବା ସଫଳ ହେବାପରେ ଏବେ ଯୁକ୍ତ ୨ ପିଲାଙ୍କ ପାଠପଢା ହେବ । ଏନେଇ ସମସ୍ତ ପ୍ରକାରର ବ୍ୟବସ୍ଥା ଆରମ୍ଭ ହୋଇପଡିଛି ବୋଲି ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ ।
ୟୁଟ୍ୟୁବରେ ଛାତ୍ରଛାତ୍ରୀଙ୍କ ସମସ୍ତ ସିଲାବସ୍ ପଢିପାରିବେ ଏପରିକି ଯଦି ପାଠ ବୁଝିବାରେ କୌଣସି ଅସୁବିଧା ହେବ ତେବେ ପିଲାମାନେ ନିଜ କଲେଜର ଲେକଚର ମାନଙ୍କୁ ଫୋନ କରି ତାଙ୍କର ଅସୁବିଧା ଜଣାଇବେ । ଯାହାଫଳରେ ଛାତ୍ରଛାତୀମାନେ ଅଧିକ ଉନକୃତ ହେବେ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ।