କଟକ (ଏଟିଆର ବ୍ୟୁରୋ): ପୁଣି ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲ ନର୍ସିଂ କଲେଜ ବନ୍ଦ କରିବାର ନିଷ୍ପତି ନିଆଯାଇଛି । ଏସିଏସଙ୍କ ନିର୍ଦ୍ଦେଶରେ ଏହି ବନ୍ଦ ନିଷ୍ପତି ନିଆଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ଯେପର୍ଯ୍ୟନ୍ତ ନଆସିଛି ସେପର୍ଯ୍ୟନ୍ତ ନର୍ସିଂ କଲେଜ ବନ୍ଦ ରହିବ । ଏହାସହିତ ଶନିବାର ସନ୍ଧ୍ୟା ୫ଟା ସୁଧା ହଷ୍ଟେଲ ଛାଡିବା ପାଇଁ ଆନ୍ତବାସୀଙ୍କ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନା ସଂକ୍ରମଣ । ଦୈନିକ ମାମଲାରେ ବୃଦ୍ଧି ଘଟିଛି । ସେହିପରି ଗତ ୨୪ ଘଣ୍ଟାରେ ୧୩୭୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୮୧୮୨ରେ ପହଁଚିଛି । ସେହିପରି କଟକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ।