ଗୁଜୁରାଟ(ଏଟିଆର ବ୍ୟୁରୋ): ସାରା ଦେଶ ଏବେ କରୋନା ସହିତ ଯୁଦ୍ଧ କରୁଛି । କରୋନା ମହାମାରୀ ପାଇଁ ଏବେ ଦେଶରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସରକାରୀ ନିୟମ ଅନୁସାରେ ପିଲାମାନେ ଏବେ ଅନଲାଇନରେ ପାଠ ପଢୁଛନ୍ତି ।
ମାତ୍ର ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ବେସରକାରୀ ବିଦ୍ୟାଳୟ ମାନେ ଅଭିଭାବକଙ୍କୁ ଫି ଦାବି କରୁଛନ୍ତି । କରୋନା ଭଳି ଏକ ସାମ୍ପ୍ରତିକ ସମୟରେ ବେସରକାରୀ ସ୍କୁଲ ଗୁଡିକର ଫି ଦାବିକୁ ନେଇ ଅନେକ ସମୟରେ ଅଭିଭାବକମାନେ ଅଭିଯୋଗ କରି ଆସୁଛନ୍ତି । କରୋନା ସମୟରେ ବେସରକାରୀ ସ୍କୁଲ ଗୁଡିକ ଫି ଛାଡ କରନ୍ତୂ । ତେବେ ଏହାକୁ ଏବେ ଗୁରୁତର ସହ ନେଇଛନ୍ତି ଗୁଜୁରାଟ ସରକାର ।
ବେସରକାରୀ ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଅଭିଭାବକମାନଙ୍କ ଠାରୁ ସ୍କୁଲ ଫି ନିଆଯାଇପାରିବ ନାହିଁ । ଜଦି ବିଦ୍ୟାଳୟର କର୍ତ୍ତୃପକ୍ଷ ପିଲାଙ୍କ ଅଭିଭାବକଙ୍କୁ କୌଣସି ଫି ପାଇଁ ଦାବି କରନ୍ତି ତେବେ ଅନୁଷ୍ଠାନ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆହେବ ବୋଲି ଗୁଜୁରାଟ ହାଇକୋର୍ଟ ନିଷ୍ପତି ନେଇଛନ୍ତି ।