ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ଜୁନ୍ ୧୭ ରୁ ସ୍କୁଲ ଖୋଲିବ ନାହିଁ । ଏନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ଗାଇଡ୍ ଲାଇନ୍ ଅନୁଯାୟୀ ସ୍ଥିତି ଅନୁଧ୍ୟାନ କଲା ପରେ ଜୁଲାଇ ମାସରେ ନିଷ୍ପତି ନିଆଯିବ ।
ପୂର୍ବର ରାଜ୍ୟରେ ଜୁନ୍ ୧୭ ରୁ ସ୍କୁଲ ଗୁଡିକ ଖୋଲାଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଏବେ ପୂର୍ବ ନିର୍ଦ୍ଧାରିତ ତାରିଖକୁ ପରିବର୍ତ୍ତନ କରାଯାଇଛି । ସ୍କୁଲ ଖୋଲିବାକୁ ନେଇ ଜୁଲାଇ ମାସରେ ନିଷ୍ପତି ନିଆଯିବ ।
ଅନ୍ୟପଟେ ସ୍କୁଲ କେବେ ଖୋଲିବ ସେଥିପାଇଁ ଛାତ୍ରଛାତ୍ରୀଙ୍କ ସମେତ ଅବିଭାବକ ମାନେ ବି ଅନେଇ ବସିଛନ୍ତି ।