ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା ଯୋଗୁଁ ଓଡିଶା ଓଜେଇଇ ପରୀକ୍ଷାରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସୀ ଖବର । ଏଣିକି ବଞ୍ଚିତ ପରୀକ୍ଷାର୍ଥୀ ଦେଇ ପାରିବେ ସ୍ୱତନ୍ତ୍ର ଓଜେଇଇ । ଆସନ୍ତା ୨୨ ତାରିଖରେ ପୁର୍ନବାର ପରୀକ୍ଷା ହେବାକୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ଗଜପତି ଜିଲ୍ଲାପାଳ ।
ଗଜପତି ଜିଲ୍ଲା ଚାନ୍ଦିପୁଟ, ଚନ୍ଦ୍ରଗିରି ଓ ରାମଗିରି ଅଞ୍ଚଳର ପ୍ରାୟତଃ ୪୫ ଜଣ ପରୀକ୍ଷାର୍ଥୀ ବସ୍ ଯୋଗେ ପରୀକ୍ଷା ଦେବା ପାଇଁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ ଘଟିଥିଲା । ଏହି ଦୁର୍ଘଟଣାରେ ପରୀକ୍ଷାର୍ଥୀମାନେ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା କରିବା ଲାଗି ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାଳରେ ଆଉ ପରୀକ୍ଷା ଦେଇ ପାରିନଥିଲେ ପରୀକ୍ଷାର୍ଥୀ । କିନ୍ତୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଜେଇଇ ଚେୟାରମ୍ୟାନଙ୍କୁ ପୁଣି ପରୀକ୍ଷା କରିବା ଲାଗି ଅନୁରୋଧ କରିଥିଲେ ଗଜପତି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ଅନୁରୋଧ ଅନୁସାରେ ଆସନ୍ତା ୨୨ ତାରିଖରେ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ପରୀକ୍ଷାରୁ ବଞ୍ଚିତ ହୋଇଥିବା ସଂପୃକ୍ତ ଛାତ୍ରଛାତ୍ର ଜିଲ୍ଲା ନୋଡାଲ ଅଫିସରଙ୍କୁ ଯୋଗାଯୋଗ କରି ପରୀକ୍ଷା ଦେବା ପାଇଁ କହିଛନ୍ତି ଜିଲ୍ଲାପାଳ ।