ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପରୀକ୍ଷାର୍ଥୀଙ୍କୁ ଘାରିଛି କରୋନା ଭୟ । ସିବିଏସି ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆୁ ୩ ସପ୍ତାହ ସମୟ ରହିଛି । ମେ ରେ ଆରମ୍ଭ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
କରୋନା ସଂକ୍ରମଣକୁ ଭୟକରି ୧ଲକ୍ଷରୁ ଅଧିକ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପା ଅନଲାଇନ ମାଧ୍ୟମରେ ପରୀକ୍ଷା କରାଇବା ଲାଗି ଏକ ଆବେଦନ ପତ୍ରରେ ହସ୍ତାକ୍ଷର କରିଛନ୍ତି । ଟ୍ୱିଟର ଟ୍ରେଣ୍ଡ କରୁଥିବା ଏହି ହାସଟ୍ୟାଗରେ ସାମିଲ ହୋଇଛନ୍ତି ଲକ୍ଷାଧିକ ପରାକ୍ଷାର୍ଥୀ ।
ଅନ୍ୟପଟେ ଛାତ୍ରଛାତୀଙ୍କ ଏଭଳି ପଦକ୍ଷେପ ପରେ ସିବିଏସି ଓ ସିଆଇସିଏସଇ ପକ୍ଷରୁ କୁହାଯାଇଛି ପରୀକ୍ଷାକେନ୍ଦ୍ରରେ କରୋନା ଗାଇଡ ଲାଇପ ପାଳନ କରିବା ସହିତ ସାମାଜିକ ଦୁରତା ବଜାୟ ରଖିବା ଉପରେ ଗୁରୁତ୍ୱରୋପ କରାଯିବ ।
ପରୀକ୍ଷା ସେଣ୍ଟର ସଂଖ୍ୟା ୫୦ପ୍ରତିଶତକୁ ବଢାଇ ଦିଆଯାଇଥିବାବେଳେ ପରୀକ୍ଷା ହଲ ଭିତରେ ସାମାଜିକ ଦୂରତର ରକ୍ଷା କରାଯାଇ ସିଟ୍ର ବ୍ୟବସ୍ଥା କରାଯାଇଛି । ଏହାସହ ସମସ୍ତ ଷ୍ଟାପଙ୍କୁ ସାନିଟାଇଜ କରିବା ପରେ ପରୀକ୍ଷା ସେଣ୍ଟରରେ ପ୍ରବେଶ କରିବା ପାଇଁ ଅନୁମତି ନିଆଯିବ ବୋଲି ସିବିଏସଇର ବରିଷ୍ଠ ଅଫିସର ସୂଚନା ଦେଇଛନ୍ତି ।