ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ୨ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ବିଭାଗର ଥିଓରି ପରୀକ୍ଷା ନଭେମ୍ବର ୧୧ରେ ହୋଇଥିବା ବେଳେ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପେପର ୧୨ ତାରିଖରେ କରାଯିବ । ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି ପରୀକ୍ଷା । ରେଗୁଲାର. ଏକ୍ସରେଗୁଲାର ଏବଂ ଡିଷ୍ଟାନ୍ସଚ ଛାତ୍ରଛାତ୍ରୀ ଏକାସଙ୍ଗରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପାଇଁ ସାରା ରାଜ୍ୟରେ ମୋଟ ୧୮୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତୟନ ଅଛନ୍ତି ।
ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ସମସ୍ତ ଛାତ୍ରଛାତ୍ରୀ ନିଜ ସାଙ୍ଗରେ ଆଡମିଟ୍ କାର୍ଡ ଏବଂ ଫଟୋ ପରିଚୟ ପରିଚୟ ପତ୍ର ନେଇ ପ୍ରବେଶ କରିଛନ୍ତି । ସେହିପରି ସରକାରଙ୍କ ଦ୍ୱାରା ଜରେି କରାଯାଇଥିବା କୋଭିଡ୧୯ ଗାଇଡଲାଇନ୍ ଅନୁସାରେ ପରୀକ୍ଷା କରିଚାଳନା କରାଯାଇଛି । ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି ।