ମୁମ୍ବାଇ(ଏଟିଆର ବ୍ୟୁରୋ) : ପୁଣି କମବ୍ୟାକ କରିଛନ୍ତି ୟୋ ୟୋ ହନିସିଂ । ବେଶ କିଛିଦିନ ପରଦାରୁ ଦୁରେଇ ରହିଥିବା ହନି ଏଥର ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆବର୍ଷ ଭେଟି । ନୂଆବର୍ଷରେ ଆସୁଛି ହନିଙ୍କ ନୂଆ ଗୀତ ମଖନା । ଯାହାକୁ ନେଇ କାଫି ଖୁସି ଅଛନ୍ତି ହନିଲଭର୍ ।
ଟି-ସିରିଜ ନିଜର ୟୁଟୁବ ଚ୍ୟାନେଲରେ ମଖନା ଗୀତର ଟ୍ରେଲର ରିଲିଜ କରି ସାରିଛି । ଯାହା ଏବେ ୟୁଟୁବରେ ଟ୍ରେଣ୍ଡ କରୁଛି । ଢ଼େର ଦିନ ପରେ ହନିସିଂ ଏହି ଗୀତ ସହ କମବ୍ୟାକ କରୁଥିବାରୁ ୟୋ ୟୋ ଫ୍ୟାନ ମାନେ ବି ଏହାକୁ ଧୁମ ଦେଖିବା ଆରମ୍ଭ କରି ସାରିଲେଣି ।
ରାପ୍ ମ୍ୟୁଜିକ ପାଇଁ ଫେମସ ହନି ସିଂ । ଖାଲି ଭାରତ କାହିଁକି ଭାରତ ବାହାରେ ଖାସ କରି ପେରୁ ଓ ଆର୍ଜେଣ୍ଟିନାରେ ବି ରହିଛନ୍ତି ହନିଙ୍କ ଫ୍ୟାନ । ଏମିତିକି ବଲିଉଡର କିଙ୍ଗଖାନ ଶାହାରୁଖ ଓ ବିଗ ବି ଅମିତାଭ ବଚନ ବି ହନିଙ୍କ ଗୀତରେ ଝୁମିଛନ୍ତି । ଆଜି ବି ବ୍ଲ୍ୟୁ ହୈ ପାନି ପାନି ଗୀତ ଗୁଣୁ ଗୁଣୁ ହୁଅନ୍ତି ହନି ଲଭର ।
ତେବେ ମଖନାର ଟ୍ରେଲର ଦେଖିଲେ ଲାଗୁଛି ହନି ଜଣେ ମାଫିଆ କ୍ୟାରେକ୍ଟର ପ୍ଲେ କରୁଛନ୍ତି । କାରଣ ଏଥିରେ ହୀରା ଚୋରୀ ସମ୍ବନ୍ଧୀୟ କିଛି ଦୃଶ୍ୟ ରହିଛି । ଏଥିରେ ହନିଙ୍କ ସାଙ୍ଗରେ କଣ୍ଠଦାନ କରିଛନ୍ତି ନେହା କକ୍କର । ଗୀତରେ ତିନି ଜଣ ଟପ୍ ର୍ୟାପର, ଫେନାନ୍ ଦି ଡନ୍, ଏଲିଷ୍ଟେୟର୍ ଓ ଶାନ ବି ନଜର ଆସିଛନ୍ତି । ଏମିତିିକି ହନି ସିଂଙ୍କ ସହ ଟପ୍ ମଡେଲ ନିଧି ସୁନିଲ ବି ଟ୍ରେଲରରେ ନଜର ଆସିଛନ୍ତି । ତେବେ ଏହା ହେଉଛି ପ୍ରଥମ ଭାରତୀୟ ମ୍ୟୁଜିକ ଭିଡିଓ ଯାହା କ୍ୟୁବାରେ ସୁଟ୍ କରାଯାଇଛି । ଗୀତର ଫୁଲ ଭର୍ସନକୁ ସମସ୍ତେ ଅପେକ୍ଷା କରିଛନ୍ତି ।