ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଢ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅପକମିଂ ଫିଲ୍ମ ‘ଫାଇଟର’ ଦେଖିବାକୁ ଅପେକ୍ଷାର ସହ ଚାହିଁ ବସିଛନ୍ତି ଦର୍ଶକ । ନିକଟରେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା । ଏଥିରେ ଦର୍ଶକ ଖୁବ୍ ଭଲ ପ୍ରତିକ୍ରିୟା ଦେଇଥିଲେ । ଏବେ ଫିଲ୍ମର ପ୍ରଥମ ଗୀତ ‘ଶେର୍ ଖୁଲ୍ ଗାଏ’ ରିଲିଜ୍ ହୋଇଛି । ଏଥିରେ ହ୍ରିତିକ-ଦୀପିକାଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।
ଗୀତରେ ହ୍ରିତିକ-ଦୀପିକା ଉଭୟ ସୁନ୍ଦର ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଗୀତଟି ରିଲିଜ୍୍ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବିଶାଲ-ଶେଖର ଗୀତଟିକୁ କମ୍ପଜ କରିଥିବା ବେଳେ ବିଶାଲ-ଶେଖର, ବେନି ଦୟାଲ ଏବଂ ଶିଳ୍ପା ରାଓ ଗୀତଟିକୁ ଗାଇଛନ୍ତି ।