ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଲିଉଡର ସୁପରହିଟ ଯୋଡୀ ଅନୁଭବ ମହାନ୍ତି ଓ ବର୍ଷା ପ୍ରୟଦର୍ଶନୀ ହେବେ ଅଲଗା । କୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶନୀ । ଆଣିଲେ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନା’ରେ ସଂଙ୍ଗୀନ ଅଭିଯୋଗ । ସ୍ୱାମୀ ଅନୁଭବ ଦେଉଥିଲେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା । ସାଂସଦ ତଥା ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ନାଁରେ କୋର୍ଟରେ ପିଟିସନ ଦାୟର କଲେ ବର୍ଷା ପ୍ରିୟଦର୍ଶନୀ ।
ପାରିବାରିକ ହିସାଂ ନିରୋଧ ଆଇନ ଧାରା ୧୨ ଅନୁଯାୟୀ କଟକର ଏସଡିଜିଏମ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା । ତେବେ ଆସନ୍ତା ୭ତାରିଖ ସୋମବାର ଦିନ ହେବ ଏହି ମାମଲାର ପ୍ରଥମ ଶୁଣାଣି । ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ଅନୁଭବ ତାଙ୍କୁ ମଦ ପାନ କରି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବର୍ଷା ଏହାର ବିରୋଧ କରିବାରୁ ତାଙ୍କୁ ଘରୁ ମଧ୍ୟ ବାହାର କରି ଦେଉଥିବା କହିଛନ୍ତି । ବର୍ଷା ଆହୁରୀ ମଧ୍ୟ କହିଛନ୍ତି, ମୋ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ରୁମରେ ମଦ୍ୟପାନ କରିନ୍ତି ଓ ତାଙ୍କୁ ନିର୍ଯାତନା ମଧ୍ୟ ଦିଅନ୍ତି । ଏହାସହ ଅନୁଭବଙ୍କର ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ସଂପର୍କ ରହିଥିବା କଥା ମଧ୍ୟ କହିଛନ୍ତି ।
ତେବେ ବର୍ଷା କୋର୍ଟରେ ମାମଲା ଦାୟର କରିବା ସହ ଅନୁଭବଙ୍କ ନିକଟରୁ ଘର ଭଡା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟରେ ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ଦାବି କରିଛନ୍ତି ।
ଅନ୍ୟପଟେ ଏହି ବାବଦରେ କୌଣସିବ ବି ପ୍ରତିକ୍ରିୟା ଦେବାକୁ ସାଂସଦ ଅନୁଭବ ମହାନ୍ତି ସଫାସଫା ମନା କରିଦେଇଛନ୍ତି । ଅନୁଭବ ମହାନ୍ତି କହିଛନ୍ତି ତାଙ୍କ ପାଖରେ କୌଣସି ଲିଗାଲ ନୋଟିସ ନଥିବା ଆସିନାହିଁ । ସୂଚନାନୁଯାୟୀ ଅନୁଭବ ମହାନ୍ତି ବର୍ଷାଙ୍କ ୨୦୧୪ରେ ବିବାହ କରିଥିବା ବେଳେ ଏକାଧିକ ଫିଲ୍ମରେ ଦୁହେଁ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।