ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସହିଦ୍ ହୋଇଥିବା ୨୦ ଯବାନ୍ଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର । ଗଲୱାନ୍ ଘାଟିରେ ଜୁନ୍ ୧୫ ତାରିଖରେ ଭାରତୀୟ ସେନା ଆଉ ଚୀନ୍ ସେନା ମୁହାଁମୁହଁ ହୋଇଥିଲେ । ଯାହା ଦ୍ୱାରା ଭାରତର ୨୦ ଜଣ ଯବାନ ସହିଦ ହାଇଥିଲେ । ଯବାନଙ୍କ ବୀରତ୍ୱକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର । ଏହୌି ଚଳଚ୍ଚିତ୍ରକୁ ନିର୍ମାଣ କରିବେ ବଲିଉଡ୍ର ସିଙ୍ଗମ୍ କୁହାଯାଇଥିବା ଅଜୟ ଦେବଗନ୍ । ଏହାକୁ ସିନେ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ କରି ପ୍ରଂଶସକ ମାନଙ୍କୁ ଜଣାଇଛନ୍ତି । କିନ୍ତୁ ଚଳଚ୍ଚିତ୍ରର ଟାଇଟେଲ୍ କଣ ରହିବ ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହଁ । ଏହି ଚଳଚ୍ଚିତ୍ରରେ ଗଲୱାନ୍ ଘାଟିରେ ସହିଦ୍ ହୋଇଥିବା ୨୦ ଜଣ ଯବାନଙ୍କ କାହାଣୀକୁ ନେଇ ପ୍ରର୍ଦଶିତ କରାଯିବ । ଯେଉଁ ମାନେ ଦେଶ ପାଇଁ ନିଜର ପ୍ରାଣ ବଳି ଦେଇଥିଲେ । ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ସହିଦ ଯବାନଙ୍କୁ ନେଇ ଅଜୟ ଫିଲ୍ମ ନିର୍ମାଣ କରୁଥିବାରୁ ତାଙ୍କ ପ୍ରଶଂସକ ମାନେ ଏହା ଏକ ଭଲ ଫିଲ୍ମ ହେବ ବୋଲି ଆଶା ରଖିଛନ୍ତି ।
ପୂର୍ବରୁ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ମଧ୍ୟ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା । ଯେଉଁଥିରେ ବିକି କୌଶାଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯାହାର ନାମ ଥିଲା ଉରି – ଦ ସର୍ଜିକାଲ୍ ଷ୍ଟ୍ରାଇକ । ତେବେ ଏହି ଫିଲ୍ମକୁ ବକ୍ସ ଅଫିସରେ ସଫଳତା ମିଳିଥିଲା । ତେଣୁ ସହିଦ ଭାରତୀୟ ଯବାନଙ୍କୁ ନେଇ ଅଜୟ ତିଆରି କରୁ୍ଥିବା ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା ରଖିଛନ୍ତି ଅଜୟ ।