ମୁମ୍ବାଇ (ଏଟିଆର ବ୍ୟୁରୋ): ଭାରତ ଛାଡି ବିଦେଶରେ ରହିବା ବଲିଉଡ ସେଲିବ୍ରେଟିଙ୍କ ପାଇଁ ଟ୍ରେଣ୍ଡ ପାଲଟିଲାଣି । ପ୍ରାୟ ସବୁ ବଲିଉଡ ଅଭିନେତା ମାନେ ଭାରତ ଛାଡି ବିଦେଶରେ ରହିବାକୁ ପସନ୍ଦ କରୁଛନ୍ତି । ସେଥି ପାଇଁ ସେମାନେ ସେଠାକାର ନାଗରିତ୍ୱ ମଧ୍ୟ ଗ୍ରହଣ କରିଥାନ୍ତି । ବିଦେଶରେ ନାଗରିତ୍ୱ ହାସଲ କରିଥିବା ବଲିଉଡ ଅଭିନେତା ମଧ୍ୟରେ ଖିଲାଡି ଅକ୍ଷୟ କୁମାରଙ୍କର ନା’ ମଧ୍ୟ ରହିଛି । ଅକ୍ଷୟଙ୍କ ପାଖରେ କାନାଡାର ନାଗରିକତ୍ୱ ରହିଛି । ୭ବର୍ଷ ପୂର୍ବେ ସେ କାନାଡାର ନାଗରିକତ୍ୱ ହାସଲ କରିଥିଲେ । ହେଲେ ଏବେ ସେ କାନାଡାର ନାଗରିତ୍ୱକୁ ଛାଡିବା ପାଇଁ ସ୍ଥିର କରିଛନ୍ତିି ।
ଗତକାଲି ପ୍ରସିଦ୍ଧ ଖବର କାଗଜ ହିନ୍ଦୁସ୍ଥାନ ଟାଇମସର ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବଲିଉଡ ଅଭିନେତା ଅକ୍ଷୟକୁମାର କାନାଡାର ନାଗରିକତ୍ୱ ଛାଡିବା କଥା ସୂଚନା ଦେଇଛନ୍ତି । ଏକ ପ୍ରଶ୍ନରେ ଅକ୍ଷୟ କହିଛନ୍ତି ୭ବର୍ଷ ତଳେ ତାଙ୍କର ପାଖାପାଖି ୧୪ଟି ଫିଲ୍ମ ଫ୍ଲପ ହୋଇଯାଇଥିଲା । ଯାହାକୁ ଦେଖିବା ପରେ ଅକ୍ଷୟ ସ୍ଥିର କରିଥିଲେ ଯେ ସେ ଅଭିନୟ ଜଗତକୁ ଅଲବିଦା କହିବେ । ଏବଂ ଆଉ କିଛି କାମ ଖୋଜି ସେଥିପ୍ରତି ଧ୍ୟାନ ଦେବେ । ଏହି ସମୟରେ କାନାଡାରେ ରହୁଥିବା ତାଙ୍କର ଜଣେ ଘନିଷ୍ଠ ସେଠାରେ ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ ସେ ରାଜି ହେବା ସହ କାନାଡାର ନାଗରିତ୍ୱ ହାସଲ କରିବା ପାଇଁ ଆବେଦନ କରିଥିଲେ । କିନ୍ତୁ ତା ପରେ ତାଙ୍କର ଫିଲ୍ମ ସବୁ ଧୀରେ ଧୀରେ ଚାଲିବାରେ ଲାଗିଲା । ଯାହାଫଳରେ ସେ ସେଥିପ୍ରତି ଆଉ ଧ୍ୟାନ ଦେଇନଥିଲେ । ହେଲେ କେହି ଯେମିତି ତାଙ୍କର ଭାରତ ପ୍ରତିଥିବା ପ୍ରେମ ଉପରେ ପ୍ରଶ୍ନ ନକରନ୍ତୁ ସେଥିପ୍ରତି ପୁନଃବାର ଭାରତୀୟ ପାର୍ସପୋଟ ହାସଲ କରିବା ପାଇଁ ସେ ଆବେଦନ ମଧ୍ୟ କରିଛନ୍ତି । ଭାରତୀୟ ନାଗରିକତା ମିଳିବା ପରେ ସେ କାନାଡାର ନାଗରିକତା ଛାଡିବେ ବୋଲି ଅକ୍ଷୟ କହିଛନ୍ତିି ।
Neither Left nor Right. Right at the Centre. Thank you @akshaykumar 😊 @ABPNews Aapko Rakhen Aage.
अक्षय कुमार: मेरी और ट्विंकल की विचारधारा इतनी अलग है कि डिनर पर एक दिन Republic TV चलता था तो अगले दिन NDTV। लेकिन अब इतनी अंडरस्टैंडिंग हो गई है कि अब ABP News देखते हैं। pic.twitter.com/kw6US7iwAr
— Pinky Rajpurohit (ABP News) 🇮🇳 (@Madrassan_Pinky) December 6, 2019