ମୁମ୍ବାଇ ( ଏଟିଆର ବ୍ୟୁରୋ): ପେଟରେ ଯନ୍ତ୍ରଣା ହେବାରୁ ଗତ ମଙ୍ଗଳବାର ରାତିଠାରୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭ ବଚ୍ଚନ ଚିକିତ୍ସିତ ହେଉଥିବା ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଚିନ୍ତାରେ ପଡି ଯାଇଥିଲେ ବିଗ ବିଙ୍କ ଫ୍ୟାନ । ଏନେଇ ବିଗ ବିଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।
ବର୍ତ୍ତମାନ ବିଗବି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି । ଜାତୀୟ ଗଣମାଧ୍ୟମର ଖବର ମୁତାବକ ଗତକାଲି ରାତିରେ ପୁଅ ଅଭିଶେକ ଓ ପତ୍ନୀ ଜୟା ବଚ୍ଚନଙ୍କ ସହିତ ଘରକୁ ଫେରିଛନ୍ତି । ତେବେ ଅମିତାଭ ଯେଉଁ ଚାରି ଦିନ କା ଳ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ । ସେ ନେଇ ମେଡିକାଲ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପାଇଁ ଅମିତାଭଙ୍କ ସ୍ୱୀକୃତି ଲୋଡିଥିଲେ । ମାତ୍ର ଅମିତାଭ ମନା କରିଥିଲେ । ସେ ଏ ନେଇ ନିଜେ ପରେ ସୂଚନା ଦେବେ ବୋଲି କହିଥିଲେ ।
ଏବେ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ସୂଚନାଯୋଗ୍ୟ ଅମିତାଭଙ୍କର ଦୀର୍ଘଦିନ ହେଲା ଲିଭର ଖରାପ ରହିଛି । ତାଙ୍କ ଯକୃତ ୭୫ ପ୍ରତିଶତ କାମ କରୁ ନଥିବା ସେ ପୂର୍ବରୁ ସୂଚନା ଦେଇଥିଲେ ।