ମୁମ୍ବାଇ (ଏଟିଆର ବ୍ୟୁରୋ): ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପ୍ରାୟତଃ ଅନେକ ଥର ପ୍ରଭାସଙ୍କ ବାହାଘରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥାଏ । ଏହାସହିତ ପ୍ରଭାସଙ୍କ ସହିତ ତାଙ୍କ କୋ-ଷ୍ଟାର ଅନୁଷ୍କା ସେଟ୍ଟୀଙ୍କ ନାଁ ସର୍ବଦା ଯୋଡା ଯାଇଥାଏ । କିନ୍ତୁ ଦୁହେଁ ଷ୍ଟାର ଏଥିପ୍ରତି ଧ୍ୟାନ ନଦେଇ ନିଜ କାମରେ ବ୍ୟସ୍ତ ରହିଥାନ୍ତି । ବର୍ତ୍ତମାନ ପ୍ରଭାସ ତାଙ୍କ ଫିଲ୍ମ ‘ସାହୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଇତି ମଧ୍ୟରେ ପ୍ରଭାସଙ୍କ ବାହାଘର କଥା ଶୁଣିବାକୁ ମିଳୁଛି ।
ଖବରମୁତାବକ, ପ୍ରଭାସଙ୍କ ବାହାଘର ତାରିଖ ଫିକ୍ସ ହୋଇଯାଇଛି । ଫିଲ୍ମ ‘ସାହୋ’ର ରିଲିଜ୍ ପରେ ସେ ବାହାଘର ବନ୍ଧନରେ ବାନ୍ଧି ହେବେ । ଏନେଇ ପ୍ରଭାସଙ୍କ ମାମୁଁ କୃଷ୍ଣମ ରାଜୁ ନିଜେ ଜଣାଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି କି ଫିଲ୍ମ ‘ସାହୋ’ର ସୁଟିଂ ଶେଷ ହୋ ମାତ୍ରେ ପ୍ରଭାସ ବାହାହେବେ ।
କୃଷ୍ଣମ ରାଜୁ ସାଉଥ୍ ଫିଲ୍ମର ଜଣେ ଜଣାଶୁଣା ଅଭିନେତା । ସେ ନିକଟରେ ତାଙ୍କର ୭୯ତମ ଜନ୍ମଦିନ ଅବସରରେ ପ୍ରଭାସଙ୍କ ବାହାଘରକୁ ନେଇ ସୂଚନା ଦେଇଛନ୍ତି ।