ମୁମ୍ବାଇ ( ଏଟିଆର ବ୍ୟୁରୋ): ଗତ ସପ୍ତାହରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ସନେମା ଭାରତ ର ବ୍ୟବସାୟ ଦିନକୁ ଦିନ ମାନ୍ଦା ହେବାରେ ଲାଗିଛି । ପ୍ରଥମ ୩ ଦିନକୁ ଛାଡିଦେଲେ ବ୍ୟବସାୟ ସେମିତି ଆଖି ଦୃଷ୍ଟିଆ ହୋଇନାହିଁ । ପ୍ରଥମ ଦିନରେ ସିନେମାଟି ୪୨ କୋଟି ଟଙ୍କା ବ୍ୟବସାୟ କରିଥିଲା । ଆଶା କରାଯାଉଥିଲା ଏହିଭଳି ଗୋଟେ ସପ୍ତାହ ହେବ ବୋଲି । ମାତ୍ର ପ୍ରଥମ ଦୁଇ ଦିନ ବ୍ୟବସାୟ ଭଲ ରହିଥିବା ବେଳେ ତା ପରଠାରୁ ବ୍ୟବସାୟ କମି କମି ଯାଉଛି ।
ସେହିଭଳି ୨ୟ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାତ ଶନିବାର ଆଶା କରାଯାଉଥିବା ବ୍ୟବସାୟ ହୋଇ ପାରି ନାହିଁ । ପ୍ରଥମ ଦିନରେ ୪୨ କୋଟି ୩୦ ଲକ୍ଷ ରହିଥିବା ବେଳେ ୨ୟ ଦିନରେ ୩୧ କୋଟି ଏବଂ ୩ୟ ଦିନରେ ୨୨.୨୦ କୋଟି ଟଙ୍କା ବ୍ୟବସାୟ ହୋଇଥିଲା । ସେହିଭଳି ଏଗାର ଦିନରେ ୬ କୋଟି ଟଙ୍କା ବ୍ୟବସାୟ ହୋଇଛି । ଏପର୍ଯ୍ୟନ୍ତ ସମ୍ପର୍ଣ୍ଣ ୧୮୮ କୋଟି ଟଙ୍କା ବ୍ୟବସାୟ ହୋଇଛି ।
ସିନେ ସମୀକ୍ଷକଙ୍କ ମତରେ ସିନେମାଟି ଆଗାମୀ ସପ୍ତାହରେ ୨୦୦ କୋଟି ବକ୍ସ ଅଫିସରେ ସାମିଲ ହେବ । ସିନେମାର ବ୍ୟବସାୟକୁ ନେଇ ସଲମାନ ଖାନ କହିଛନ୍ତି ସେ ଏଥିରେ ଖୁସି ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୋ ପାଇଁ ମୋର ସବୁ ସିନେମାର ସଫଳତା ମହତ୍ୱପୂର୍ଣ୍ଣ । ସେହିଭଳି ଭାରତ ମଧ୍ୟ । ଭାରତ ପାଇଁ ଅଧିକ କଠିନ ପରିଶ୍ରମ କରିବାକୁ ପଡିଛି ବୋଲି ସଲମାନ ଖାନ କହିଛନ୍ତି ।