ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ଥିଲା ବିଶ୍ୱ ମାତୃ ଦିବସ । ଏହି ଅବସରରେ ଅନେକ ସାଧାରଣ ବ୍ୟକ୍ତି ଏବଂ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆରେ ନିଜ ନିଜର ମା’ଙ୍କ ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ସେହି ସେଲିବ୍ରିଟି ମାନଙ୍କ ମଧ୍ୟରୁ ବାଦ୍ ପଡିଯାଇଥିଲେ ଅନୁଷ୍କା ଶର୍ମା । ସେ ଆଜି ସୋସିଆଲ ମିଡିଆରେ ତାଙ୍କ ମା’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାଫଳରେ ଅନୁଷ୍କାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।
ଆଜ୍ଞା ହଁ ଅନୁଷ୍କା,ଆଜି ତାଙ୍କ ମା’ଙ୍କ ସହ ଏକ ପିଲା ଦିନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏବଂ କ୍ୟାପସନ୍ ରେ ଲେଖିଛନ୍ତି ଯେ, ‘ଜୀବନରେ ଆଜି ଯାହା ବି ସଫଳତା ପାଇଛି,ତାହା ସବୁ ତୁମର ଭଲ ପାଇବା ଏବଂ ପ୍ରେରଣା ଦ୍ୱାରା ସମ୍ଭବ ହୋଇପାରିଛି । ତୁମକୁ ମାତୃ ଦିବର ଅନେକ ଶୁଭେଚ୍ଛା ଓ ଶୁଭ କାମନା’ । ଯାହାକୁ ଦେଖିଲା ପରେ ତାଙ୍କ ଫ୍ୟାନ୍ସ ମାନେ କହିଛନ୍ତି ଯେ ଅନୁଷ୍କା ମାତୃ ଦିବସ ଭୁଲି ଯାଇଥିଲେ ।
ଏହି ପୋଷ୍ଟକୁ ସେୟାର କଲା ପରେ ପରେ ସେ ଟ୍ରୋଲର ଶିକାର ହୋଇଛନ୍ତି । ସେଠାରେ କିଛି ୟୁଜର୍ସ ସେହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି କି ଆଜି କ’ଣ ମାତୃ ଦିବସ? ପୁଣି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ‘ବହୁତ ଶୀଘ୍ର ପୋଷ୍ଟ ସେୟାର କଲେ ଆପଣ’ । ଏହା ସହିତ ଗୁଞ୍ଜନ ନାମକ ଜଣେ ୟୁଜର୍ସ ଲେଖିଛନ୍ତ କି ୧୦ ଦିନ ପୂର୍ବରୁ ମା’ଙ୍କୁ ଖାସ୍ ଅନୁଭବ କରାଇବା କଥା । ଏହି ଭଳି ଭାବରେ ଅନେକ ଲୋକ ଭିନ୍ନ ଭିନ୍ନ କଥା କହିଛନ୍ତି ।
ଖବରମୁତାବକ, ଅନୁଷ୍କା ବର୍ତ୍ତମାନ ଫିଲ୍ମ ‘ହିରୋ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ଏହି ଫିଲ୍ମରେ ଶାହରୁଖ ଖାନ୍ ଏବଂ କ୍ୟାଟ୍ରିନାଙ୍କ ସହ ସ୍କ୍ରିନ ସେୟାର କରୁଥିବାର ନଜର ଆସିବେ ।