ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲିଭିଜନ ରିଏଲିଟି ସୋ’ ‘ରାଇଜିଂ ଷ୍ଟାର ୩’ର ଟାଇଟେଲ ହାତେଇଛନ୍ତି ପଞ୍ଜାବର ୧୨ ବର୍ଷିୟ ଗାୟକ ଆଫତାଭ ସିଂହ । ବଲିଉଡ ଷ୍ଟାର ସଲମାନ୍ ଖାଁଙ୍କ ବହୁତ ବଡ ପ୍ରଶଂସକ ହେଉଛନ୍ତି ଆଫତାଭ । ଗୋଟେ ଦିନ ସଲମାନ୍ ଙ୍କ ପାଇଁ ଗୀତ ଗାଇବେ ବୋଲି ତାଙ୍କର ଇଛା ରହିଛି ।
ବିଜୟ ହେବା ପରେ ଆଫତାଭ ଗଣମାଧ୍ୟମକୁ ସାକ୍ଷାତକରି କହିଛନ୍ତି କି, ମୁଁ ଫାଇନାଲିଷ୍ଟରେ ଆସିବି ବୋଲି ମୁଁ ଟିକେ ବି ଆଶା କରିନଥିଲି । ଏହା ଏକ ସ୍ୱପ୍ନ ସତ ହେଲା ଭଳି ଅନୁଭବ ହେଉଛି । ଏହି ବିଜୟ ମୋ ପାଇଁ ବହୁତ ବଡ । ଏହା ମୋତେ ଆହୁରୀ ଅଧିକ ପରିଶ୍ରମ କରିବାକୁ ପ୍ରେରିତ କରିବ । ଯାହାଫଳରେ ମୋତେ ଗୋଟେ ଦିନ ସଲମାନ୍ ଖାଁଙ୍କ ଫିଲ୍ମରେ କାମ କରିବାକୁ ତଥା ଗୀତ ଗାଇବାକୁ ସୁଯୋଗ ମିଳିବ ।
ଏହି ରିଏଲିଟି ସୋ’ରେ ଥିବା ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଆଫତାଭ ସବୁଠାରୁ ଛୋଟ ଥିଲେ ଏବଂ ସେ ତାଙ୍କ ଗୀତ ମାଧ୍ୟମରେ ଲୋକଙ୍କ ହୃଦୟକୁ ଜିତିବାରେ ସଫଳ ହୋଇପାରିଛନ୍ତି । ସୋ’ ତରଫରୁ ତାଙ୍କୁ ବିଜୟୀ ଟ୍ରଫି ଏବଂ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯାଇଛି । ଆଫତାଭ ଏକ ମଧ୍ୟବିତ ପରିବାରରୁ ହୋଇଥିବାରୁ ତାଙ୍କ ପ୍ରତି ପିତାଙ୍କ ସଂଘର୍ଷ ଦେଖି ସେ ସମସ୍ତ ଶ୍ରେୟ ତାଙ୍କ ମା ଏବଂ ବାପା ଦେଇଛନ୍ତି ।
ଆଦିତ୍ୟ ନାରାୟଣ ଦ୍ୱାରା ହୋଷ୍ଟ କରାଯାଉଥିବା ଏହି ସୋ’ରେ ଶଙ୍କର ମହାଦେବନ,ନିତୀ ମୋହନ ଏବଂ ଦିଲଜିତ୍ ଦୋସାଞ୍ଝ ଆଦି ଜଜ୍ କରୁଥିଲେ ।