ମୁମ୍ବାଇ (ଏଟିଆର ବ୍ୟୁରୋ): କମେଡି କିଙ୍ଗ କପିଲ୍ ଶର୍ମାଙ୍କ ପ୍ରଶଂସକ ତାଲିକା ବହୁତ ଲମ୍ବା । ‘ଦି କପିଲ ଶର୍ମା’ ସୋ’ ରେ ଭାଗନେବା ପାଇଁ ସାରାଦେଶରୁ ଲୋକ ମୁମ୍ବାଇ ଆସିଥାନ୍ତି । କପିଲଙ୍କ ଷ୍ଟାଟସ କୌଣସି ବଡ ଷ୍ଟାରଙ୍କ ଠାରୁ କମ୍ ନୁହେଁ । ଏପରିକି ଅନେକ ବଡ ବଡ ଷ୍ଟାରମାନେ ମଧ୍ୟ କପିଲଙ୍କ ସୋ’ କୁ ଆସିବା ପାଇଁ ପସନ୍ଦ କରିଥାନ୍ତି । ବେଳେ ବେଳେ କପିଲଙ୍କ ପପୁଲାରୀଟି ତାଙ୍କ ଉପରେ ଭାରି ପଡିଯାଇଥାଏ । ଗତ କିଛି ଦିନ ତଳେ କପିଲ ତାଙ୍କ ସୋ’ରେ ଏଭଳି ଏକ କାହାଣୀ ସେୟାର କରିଥିଲେ ଯେଉଁଥିପାଇଁ ଜଣେ ପ୍ରଶଂସକ ତାଙ୍କୁ ଜବରଦସ୍ତ ଚୂମ୍ବନ ଦେଇଥିଲେ ।
ଗତ ରବିବାର ଦିନ ‘ଦି କପିଲ ଶର୍ମା ସୋ’ରେ ‘ସୁପର ଡ୍ୟାନ୍ସର ଚ୍ୟାପ୍ଟର ୩’ର ଜଜ୍ ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ଗୀତା କପୁର ,ବଂ ଅନୁରାଗ ବାସୁ ନଜର ଆସିଥିଲେ । ସୋ’ରେ କପିଲ ଏହି ତିନି ଜଣ ଜଜ୍ ଙ୍କ ସହିତ ଖୁବ୍ ମସ୍ତି କରିଥିଲେ । ଏହି ଅବସରରେ କପିଲ ତାଙ୍କ ବାହାଘରର ଏକ କାହାଣୀ ସେୟାର କରିଥିଲେ । ଏହି କାହାଣୀକୁ ଶୁଣି ସେଟ୍ ରେ ଉପସ୍ଥିତ ଥିବା ସମସ୍ତ ଲୋକ ହସିବାକୁ ଲାଗିଥିଲେ ।
କପିଲ କହିଥିଲେ କି, ‘ ମୋ ବାହାଘର ସମୟରେ ଏଭଳି ଜଣେ ବ୍ୟକ୍ତି ଥିଲେ , ଯିଏ ପ୍ରତ୍ୟେକ ପାର୍ଟିରେ ପହଁଚିଯିବା ସହ ମୋତେ ଶୁଭକାମନା ଜଣାଉଥିଲେ । ତାସହିତ ମୋ ଗାଲରେ ଚୂମ୍ବନ ଦେଇପାକଇଥିଲେ, କିନ୍ତୁ ମୁଁ ଜାଣିନଥିଲି କି ପ୍ରକୃତରେ ବ୍ୟକ୍ତି ଜଣଙ୍କ କିଏ? ମୁଁ ସେହି ବ୍ୟକ୍ତିର ଏଭଳି ହରକତ ରେ ଚିଡିଯାଇଥିଲି ଏବଂ ତାକୁ ପାନେ ଚଖେଇବା ପାଇଁ ନିଷ୍ପତି ନେଇଥିଲି । ଯେତେବେଳେ ସେ ମୋ ପାଖକୁ ଅ।ସିଲା ସେହି ସମୟରେ ମୁଁ ଏଭଳି ଭାବେ କହୁଣା ମାରିଲି ଯେ ସେ ଦ୍ୱିତୀୟ ଥର ଏଭଳି ଆଉ ହରକତ କରିବା ପାଇଁ ଭାବି ନଥିଲା ।’
ଏହାପରେ ଏହି ସୋ’ରେ ଅନୁରାଗ ବାସୁଙ୍କ କାହାଣୀ ବିଷୟରେ ଶିଳ୍ପା କହିଥିଲେ । ସେ କହିଥିଲେ କି, ଅନୁରାଗ କେବଳ ଦେଖିବାକୁ ସିରିୟସ୍ କିନ୍ତୁ ସେ ସେଟ୍ ରେ ଖୁବ୍ ମସ୍ତି କରନ୍ତି । ଏହାସହିତ ସେ ଅ।।ମମାନଙ୍କ ସହିତ ଅନେକ ସମୟରେ ପ୍ରାଙ୍କ କରିଥାନ୍ତି ।