ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ । ପତ୍ନୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏହାପରେ ଆଦିତ୍ୟ କହିଛନ୍ତି କି, ଶ୍ୱେତା କନ୍ୟା ସନ୍ତାନ ଜନ୍ମ ଦେଇ ମୋ ଜୀବନରେ ଆହୁରି ଅଧିକ ଖୁସୀ ଆଣି ଦେଇଛନ୍ତି । ମୋ ପରିବାର, ବନ୍ଧୁ, ବାନ୍ଧବ ସମସ୍ତେ ଏକ ପୁତ୍ର ସନ୍ତାନ ଆଶା କରିଥିଲେ କିନ୍ତୁ ମୋ ମନରେ ସବୁବେଳେ କନ୍ୟା ସନ୍ତାନ ପାଇଁ ଆଶାଥିଲା । ସେଥିପାଇଁ ମୁଁ ଭଗବାନଙ୍କୁ କନ୍ୟା ରତ୍ନ ପାଇଁ ପ୍ରାର୍ଥନା କରୁଥିଲି ।
୨୦୨୦ ମସିହା , ଡିସେମ୍ବର ୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଦିତ୍ୟ ଓ ଶ୍ୱେତା । ଉଭୟଙ୍କ ଯୋଡୀ ଫ୍ୟାନ୍ସମାନେ ବେଶ୍ ପସନ୍ଦ ମଧ୍ୟ କରୁଥିଲେ ।