ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦେଶର ତିନୋଟି ବଡ ତଦନ୍ତ ଏଜେନ୍ସି ଯଥା ସିବିଆଇ, ଇଡି ଏବଂ ଏନସିବି ହ୍ୟାଣ୍ଡେଲ କରୁଛନ୍ତି । ଏହାରି ମଧ୍ୟରେ ଏବେ ଏହି କେସରେ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନଆଇଏ) ର ଏଣ୍ଟ୍ରି ହୋଇପାରେ । ରିପୋର୍ଟ ମୁତାବକ,ଏହି ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଅନେକ ବଡ ବଡ ଖୁଲାସା ହେଉଛି । ସେଥିପାଇଁ ଏବେ ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନଏଆଇ କୁ ଅନୁମତି ମିଳିଛି ।
ମୁଖ୍ୟତଃ ଆତଙ୍କବାଦୀ ସମ୍ବନ୍ଧୀୟ ମାମଲାରେ ତଦନ୍ତ ପାଇଁ ଏନଆଇଏ ର ଗଠନ କରାଯାଇଥାଏ । କିନ୍ତୁ ପ୍ରଥମ ଥର ପାଇଁ ଏନଆଇଏ ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରାଯିବ ।
ପ୍ରକୃତରେ ଅର୍ଥମନ୍ତ୍ରାଳୟର ରାଜସ୍ୱ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ଅଧିସୂଚନା ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି କି ଧାରା ୫୩ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ ସବ୍ସଟେଂସ ଆକ୍ଟ ୧୯୮୫ ଅନୁସାରେ , କେନ୍ଦ୍ର ରାଜ୍ୟ ସହିତ ପରାମର୍ଶ କରିବା ପରେ ଏନଆଇଏ ରେ ଉପର ର୍ୟାଙ୍କ ଅଧିକାରୀଙ୍କୁ ଶକ୍ତି ପ୍ରୟୋଗ କରିବା ଏବଂ କର୍ତ୍ତବ୍ୟକୁ ପାଳନ କରିବା ପାଇଁ ଆମନ୍ତ୍ରିତ କରାଯାଇଥାଏ ।