ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ଅକ୍ଷୟ କୁମାର ଗୋଟେ ପରେ ଗୋଟେ ତାଙ୍କର ଅପକମିଂ ପ୍ରୋଜେକ୍ଟ ଘୋଷଣା କରି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢାଉଛନ୍ତି । ଗତ ମାସରେ ଦୀପାବଳୀ ଅବସରରେ ଅକ୍ଷୟ ତାଙ୍କ ଅପକମିଂ ଫିଲ୍ମ ‘ରାମ ସେତୁ’ ର ଘୋଷଣା କରିଥିଲେ । ଏହି ଫିଲ୍ମର ପୋଷ୍ଟରରେ ଅକ୍ଷୟ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍ ନଜର ଆସୁଛନ୍ତି । ଏହାସହିତ କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏହି ଫିଲ୍ମକୁ ନେଇ ସାକ୍ଷତ କରିଥିଲେ ।
ଏହି ସାକ୍ଷାତକାର ପରେ ଅକ୍ଷୟ କୁମାରଙ୍କ କୌଣସି ଫିଲ୍ମ ଉତ୍ତରପ୍ରଦେଶରେ ସୁଟିଂ ହେବା କଥା ସାମ୍ନାକୁ ଆସୁଥିଲା । କିନ୍ତୁ ଏବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମୁତାବକ, ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ରାମ ସେତୁ’ ର ସୁଟିଂ ଉତ୍ତର ପ୍ରଦେଶର ଅଯୋଧ୍ୟାରେ କରିବାକୁ ଅନୁମତି ମାଗିଛନ୍ତି । ସେହିଅନୁଯାୟୀ ଅକ୍ଷୟ କୁମାରଙ୍କ ଫିଲ୍ମର ସୁଟିଂ ଅଯୋଧ୍ୟାରେ ହେବ ।
ଭଗବାନ ରାମଙ୍କ ଜନ୍ମ ସ୍ଥାନ ଅଯୋଧ୍ୟା ସମେତ ରାଜ୍ୟର ରିୟଲ ଲୋକେସନର ଏହି ଫିଲ୍ମ ସୁଟିଂ କରିବାକୁ ଚାହୁଁଛନ୍ତି ଫିଲ୍ମର ନିର୍ଦ୍ଦେଶକ । ଫିଲ୍ମର ସୁଟିଂ ୨୦୨୧ ମଧ୍ୟ ଭାଗ ସୁଧା ଆରମ୍ଭ ହେବାର ସମ୍ଭାବନା ରହିଛି ।