ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ । ଆଜ୍ଞା ହଁ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ରଶମ ଆରମ୍ଭ ହୋଇସାରିଲାଣି ।
ଘରକୁ ଅତିଥି ଆସିବା ଆରମ୍ଭ ହୋଇଗଲାଣି । ମେହେନ୍ଦୀ ରଶମ ପାଇଁ ରଣବୀରଙ୍କ ମା ନୀତୁ କପୁର ଏବଂ ଭଉଣୀ ରିଦ୍ଧିମା କପୁର ଭେନ୍ୟୁ ପର୍ଯ୍ୟନ୍ତ ଯାଉଥିବାର ନଜରକୁ ଆସିଛନ୍ତି ।
କଡା ସୁରକ୍ଷା ବଳୟରେ ହେଉଛି ବିବାହ ରଶମ । ଘର ଭିତରକୁ ଯାଉଥିବା କର୍ମଚାରୀଙ୍କ ଫୋନ କ୍ୟାମେରା ଉପରେ ଷ୍ଟିକର ଲଗା ଯାଉଛି ।