ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଇଣ୍ଡଷ୍ଟ୍ରିରେ ଖୁବ୍ କମ ସମୟରେ ସଫଳତା ହାସଲ କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ଏକ ହିଟ୍ ଫିଲ୍ମ ‘ରାଜି’ ଦର୍ଶକଙ୍କୁ ଭେଟି ଦେଇଥିଲେ । ଆଲିଆଙ୍କ ଇଂଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ’ ସେଶନରେ ଫ୍ୟାନ୍ସମାନେ କିଛି ପ୍ରଶ୍ନ କରିଥିଲେ । ସେହି ସବୁ ପ୍ରଶ୍ନ ମଧ୍ୟରୁ ଏକ ପ୍ରଶ୍ନ ଥିଲା କି ବାହାଘର ପରେ କ’ଣ ଆପଣ ଇଣ୍ଡଷ୍ଟ୍ରିକୁ ଛାଡିଦେବେ । ତାହାର ଉତ୍ତର ଆଲିଆ ଏଭଳି ଅନ୍ଦାଜରେ ଦେଇଥିଲେ ।
ଆଲିଆ ଏହାର ଉତ୍ତର ଦେଇ ଇଂଷ୍ଟଗ୍ରାମରେ ଏକ ପୋଷ୍ଟ କରିଥିଲେ । କାମ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମାନତା ରଖିବା ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ । ପ୍ରକୃତରେ ଆଲିଆ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ‘ଆସ୍କ ମି ଏନିଥିଙ୍ଗ’ ସେଶନ ଆରମ୍ଭ କରିଥିଲେ । ଯାହା ପରେ ତାଙ୍କ ଫ୍ୟାନ୍ସମାନଙ୍କର ପ୍ରଶ୍ନ ର ବନ୍ୟା ଦେଖିବାକୁ ମିଳିଥିଲା । ହୁଏତ ଆଲିଆ ସମସ୍ତଙ୍କୁ ଜବାବ ଦେଇନଥିଲେ କିନ୍ତୁ କିଛି ଲୋକଙ୍କ ପ୍ରଶ୍ନର ଉତ୍ତର ଜରୁର ଦେଇଥିଲେ । ତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା କି ବାହାଘର ପରେ କ’ଣ ଆପଣ ଅଭିନୟ କରିବା ଛାଡିଦେବେ । ଏହାର ଉତ୍ତରରେ ଆଲିଆ କହିଥିଲେ ଯେ ନିଜର ଷ୍ଟାଟସକୁ ବଦଳେଇବା ବ୍ୟତୀତ ବାହାଘର ପରେ କୌଣସି ଜିନିଷକୁ ଛାଡିବା ଜରୁରୀ ନାହିଁ । ଯେପର୍ଯ୍ୟନ୍ତ ଇଛା ସେ ପର୍ଯ୍ୟନ୍ତ କରିବି ।
ଖବରମୁତାବକ, ଆଲିଆ ଏବେ ରଣବୀର କପୁରଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରୁଛନ୍ତି । ଏଥିରେ ମୌନି ରୟ ଏବଂ ଅମିତାଭ ବଚ୍ଚନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।