ମୁମ୍ବାଇ (ଏଟିଆର ବ୍ୟୁରୋ): ତାମିଲର ସୁପର ହିଟ୍ ଫିଲ୍ମ କଞ୍ଚନା ର ହିନ୍ଦୀ ରିମେକ ପ୍ରସ୍ତୁତ ହେବାକୁ ଯାଉଛି । ଏହାସହିତ ଫିଲ୍ମମେକର ରାଘବ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ରାଘବଙ୍କ ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ କିୟାରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି ।
ମାତ୍ର ଏହି ଫିଲ୍ମକୁ ନେଇ ଏକ ହୃଦୟସ୍ପର୍ଶୀ ଖବର ମଧ୍ୟ ସାମ୍ନାକୁ ଆସିଛି । ଆଜ୍ଞା ହଁ ପୁଣି ଥରେ ଅକ୍ଷୟ କୁମାର ଏବଂ ବିଗ୍ ବି ଅମିତାଭ ବଚ୍ଚନ ଏକାଠି ନଜର ଆସିବେ । ଏହାପୂର୍ବରୁ ଏହି ଦୁଇ ଷ୍ଟାର ଅନେକ ଫିଲ୍ମରେ ଏକାଠି ନଜର ଆସି ସାରିଛନ୍ତି । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ଜଣେ କିନ୍ନର ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମର ଟାଇଟଲ ରହିଛି ଲକ୍ଷ୍ମୀ ବମ୍ ।
ମିଡିଆ ରିପୋର୍ଟ ମୁତାବକ ରାଘବ ଲରେନ୍ସ କହିଛନ୍ତି କି, ସେ ‘କଞ୍ଚନା’ ର ରିମେକ କୁ ନେଇ ପାଖାପାଖି ଦେଢ ବର୍ଷରୁ ଅକ୍ଷୟ କୁମାରଙ୍କ ସହ କଥା ହୋଇଥିଲେ । ଏବେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ।
ଫିଲ୍ମରେ ହୁଏତ ବିଗ୍ ବି ଙ୍କ ସୁଟିଂ ଏଯାଏଁ ଆରମ୍ଭ ହୋଇନାହିଁ । ଏହି ଫଲ୍ମରେ ପ୍ରଥମ ଥର ପାଇଁ ଅଭିତାଭ ବଚ୍ଚନଙ୍କୁ କିନ୍ନର ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମଟି ଏକ ଆତ୍ମା ଉପରେ ଆଧାରିତ । ଆତ୍ମାଟି ଗୋଟେ ଶରୀରରେ ବସବର୍ତ୍ତି କରିବା ସହିତ ମନ୍ଦ ଉଦ୍ଦ୍ୟେଶ ବ୍ୟକ୍ତିଙ୍କୁ ଉଚିତ୍ ଶିକ୍ଷା ଦେଉଛି ।
ଏହି ଫିଲ୍ମ ବ୍ୟତିତ ଅଭିନେତା ଅଭିତାଭ୍ ବଚ୍ଚନ ଫିଲ୍ମ ‘ବ୍ରହ୍ୱାସ୍ତ୍ର’ ରେ ନଜର ଆସିବେ । ତାଙ୍କର ଏହି ଫିଲ୍ମଟି ଚଳିତ ବର୍ଷ ଶେଷ ଆଡକୁ ରିଲିଜ୍ ହେବ ।