ମୁମ୍ବାଇ (ଏଟିଆର ବ୍ୟୁରୋ): ଅଙ୍ଗଦାନ କରିବା ପାଇଁ ଶପଥ ନେଲେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓରଫ ବିଗ୍ ବି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଲୋକପ୍ରିୟ ସୋ କେବିସି ସେଟରୁ ଏକ ଫଟୋ ସେ ଟ୍ୱିଟରରେ ସେୟାର କରିଛନ୍ତି । ଏଥିରେ ବିଗ୍ ବି ଖୁବ୍ ଖୁସୀରେ ଥିବାର ନଜର ଆସୁଛନ୍ତି । ଏହାସହିତ ଏହି ଫଟୋରେ ତାଙ୍କୁ ଏକ ସବୁଜ ରଙ୍ଗର ରିବନ ଲଗେଇ ଥିବାର ଦେଖିବାକୁ ମିଳିଛି ।
ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ବିଗ୍ ବି । ସେ ଟ୍ୱିଟ କରି ଲେଖିଛନ୍ତି କି, ମୁଁ ଅଙ୍ଗଦାନ କରିବାର ଶପଥ ନେଇଛି । ଏହାର ପବିତ୍ରତା ପାଇଁ ମୁଁ ସବୁଜ ରିବନ ପିନ୍ଧୁଛି ।
ପ୍ରକୃତରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ସବୁଜ ରିବନ ପିନ୍ଧନ୍ତି । ବିଗ୍ ବି ଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସମାନେ ତାଙ୍କୁ ଖୁବ୍ ପ୍ରଶଂସା କରିବା ସହିତ କମେଣ୍ଟ ବି କରୁଛନ୍ତି ।