ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡର ଅଭିନେତା ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ସୋସିଆଲ ମିଡିଆରେ ସବୁବେଳେ ଖୁବ୍ ଚର୍ଚ୍ଚାରେ ଥାନ୍ତି । କେତେବେଳେ ସେ ତାଙ୍କର ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ତ । ଆଉ କେତେବେଳେ ଅଭିନେତ୍ରୀ ରେଖାଙ୍କ ପାଦ ଛୁଇଁବାକୁ ନେଇ । ଏହିଭଳି ଭାବେ ସବୁବେଳେ ଆରାଧ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିନ୍ତୁ ନିକଟରେ ସେ ତାଙ୍କ ଫଟୋକୁ ନେଇ ନୁହେଁ ବରଂ ତାଙ୍କ ହାତ ଲେଖା ଚିଠି ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି । ସେ ଏହି ଚିଠିଟି ତାଙ୍କ ପିତା ଅଭିଶେଖ ବଚ୍ଚନଙ୍କ ପାଇଁ ଲେଖିଥିଲେ ।
ଆରାଧ୍ୟା ଏକ ହଳଦିଆ ରଙ୍ଗର ପେପରରେ ‘ଆଇ ଲଭ୍ ୟୁ ପାପା’ ଲେଖି ଅଭିଶେଖ ବଚ୍ଚନଙ୍କ କମ୍ପ୍ୟୁଟରରେ ଅଠା ଦ୍ୱାରା ଲଗାଇ ଦେଇଥିଲେ । ଯାହାକୁ ଅଭିଶେଖ ବଚ୍ଚନ ଦେଖିଲାପରେ ଅତ୍ୟନ୍ତ ଖୁସି ହୋଇ ଆଖି ଛଳଛଳ କରି ପକାଇଥିଲେ । ଏବଂ ପରମୁହୂର୍ତ୍ତରେ ସେ ତାଙ୍କ ଇଂଷ୍ଟଗ୍ରମା ଆକାଉଣ୍ଟରେ ଏହି କ୍ୟୁଟ୍ ଚିଠିଟି ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ ଯେ,ଯେତେବେଳେ ଆପଣ ଅପଣଙ୍କ କାମ ସାରି ଦୁଇ ମାସ ପରେ ଫେରିଲା ପରେ ଆପଣଙ୍କ ଝିଅର ଏହି ସୁନ୍ଦର ଚିଠିଟି ପାଇଥିବେ. #mydaughterbestest. ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଆରାଧ୍ୟା ତାଙ୍କ ପିତାଙ୍କୁ କେତେ ଭଲ ପାଆନ୍ତି ।
ପ୍ରକୃତରେ,ଏବେ ଅଭିଶେଖ ତାଙ୍କ ଆଗାମୀ ଫିଲ୍ମ ‘ମନମର୍ଯିୟାଂ’ର ସୁଟିଂ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଏକ ଶିଖ୍ ଭୁମିକାରେ ନଜର ଆସିବେ ।