ମୁମ୍ବାଇ(ଏଟିଆର ବ୍ୟୁରୋ):ଛୋଟ ପରଦାର ଅନେକ ସିରିୟଲରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଭଲପାଇବା ସାଉଂଟିଥିବା ଅଭିନେତ୍ରୀ ହେଉଛନ୍ତି ନିଆ ଶର୍ମା । ଏହାବ୍ୟତୀତ ନିଆ ରିଅଲିଟ୍ ଶୋ’ ଏବଂ ୱେବ୍ ସିରିଜରେ ମଧ୍ୟ ନିଜର ଜଲୱା ଦେଖାଇ ସାରିଛନ୍ତି । ଏବଂ ୨୦୧୭ରେ ଏସିଆ ସେକ୍ସିଏଷ୍ଟ ମହିଳା ପ୍ରତିଯୋଗୀତାରେ ୫୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଅଧିକାର କରିନେଇଥିଲେ ।
ସବୁବେଳେ ସୋସିଆଲ ମିଡିଆରେ ବୋଲ୍ଡ ଏବଂ ହଟ୍ ଲୁକ୍ ପାଇଁ ଚର୍ଚ୍ଚାରେ ଥିବା ନିଆ ଶର୍ମା ଏବେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ଫଟୋ ସେୟାର କରିଛନ୍ତି । ଯାହା ୟୁଜର୍ସ ମାନଙ୍କର ହୋସ ଉଡାଇ ଦେବ ।
ନିଆ ଏହି ଫଟୋରେ ଏକ ଧଳା ରଙ୍ଗର ଗାଉନ ପିନ୍ଧିବା ସହ କେଶକୁ ପୋନିଟଲ କରି । ଗୋଡରେ ଧଳା ରଙ୍ଗର ମ୍ୟାଚିଙ୍ଗ ସ୍ୟାଣ୍ଡେଲ ଏବଂ ଓଠରେ ଲାଲା ରଙ୍ଗର ଲିପିସ୍ଟିକ ଲଗାଇଥିବାର ନଜର ଆସିଛନ୍ତି ।
ବର୍ତ୍ତମାନ ନିଆ,ବିକ୍ରମ ଭଟ୍ଟଙ୍କ ୱେବ ସିରିଜ୍ ଟ୍ୱିଷ୍ଟେଡ-୨କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ୱେବ୍ ସିରିଜର ଟ୍ରେଲର ମଧ୍ୟ ଲଞ୍ଚ ହୋଇସାରଛି ।