ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ଅରବାଜ୍ ଖାନ୍ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ହୁଏତ ଅରବାଜ୍ ଖାନ୍ ଙ୍କ ଏହି ଚର୍ଚ୍ଚାର କାରଣ ତାଙ୍କର କୌଣସି ଫିଲ୍ମ ନୁହେଁ ବରଂ ସେ ତାଙ୍କର ନୂଆ ସୋ’ ‘ପିଞ୍ଚ ବାୟ ଅରବାଜ୍ ଖାନ୍’କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ।
ଖବରମୁତାବକ, ଅରବାଜ୍ ଖାନ୍ ଙ୍କ ଏହି ସୋ’ ର ସବୁଠାରୁ ବଡ ଖାସ୍ କଥା ହେଉଛି କି , ଏହି ସୋ’ ରେ ପ୍ରଶ୍ନ ଅରବାଜ୍ ପଚାରିଥାନ୍ତି ତାହା ପ୍ରକୃତରେ ଅରବାଜଙ୍କର ନୁହେଁ ବରଂ ସୋସିଆଲ ମିଡିଆରୁ ନିଆଯାଇଥାଏ । ଇତି ମଧ୍ୟରେ ଏହି ସୋ’ର ଏକ ଏପିସୋଡ ସୁଟିଂ ରେ ମୁଖ୍ୟ ଅତିଥି ଭାବେ ଅଭିନେତ୍ରୀ ସନ୍ନି ଲିଓନି ସାମିଲ ଥିଲେ । ଏଥିରେ ସନ୍ନିଙ୍କୁ ସୋସିଆଲ ମିଡିଆ ସହ ଜଡିତ ପ୍ରଶ୍ନ ଅରବାଜ୍ ପଚାରିଥିଲେ । ଏହାର ଜବାବ ଦେଇ ସନ୍ନ ଲିଓନି ସୋ’ରେ କାନ୍ଦ ପକାଇଥିଲେ ।
ସେ କହିଥିଲେ କି ଏହି ସୋ’ ମାଧ୍ୟମରେ ସେ ଲୋକଙ୍କୁ କହିବାକୁ ଚାହୁଁଛନ୍ତି କି , ଯେବେ ଆପଣ ସୋସିଆଲ ମିଡିଆରେ କୌଣସି ବ୍ୟକ୍ତିଙ୍କୁ କିଛି ବି କହୁଛନ୍ତି ତେବେ ତାହାର ପ୍ରଭାବ ତାଙ୍କ ସମ୍ବୋନ୍ଧିତ ଲୋକଙ୍କ ଉପରେ ପଡିଥାଏ । ଅନେକ ସମୟରେ ସୋସିଆଲ ମିଡିଆରେ କଳାକାର ମାନଙ୍କୁ ନେଇ ଖରାପ କମେଣ୍ଟ ଦେଉଥିବାର ଦେଖିବାକୁ ମିଳିଥାଏ, ତାଙ୍କୁ ଏଭଳି କିଛି ପ୍ରଶ୍ନ କରାଯାଇ ଥାଏ ଯେ ଯାହାକୁ ଶୁଣିଲା ପରେ ଲାଜରେ ମୁଣ୍ଡ ନଇଁ ଯାଇଥାଏ । ସେହିପରି ଅରବାଜକ ଖାନ୍ ଙ୍କ ଏହି ସୋ’ ଲୋକଙ୍କ ମାନସିକତାରେ ପରିବର୍ତ୍ତନରେ ନିହାତି ଭାବେ ପରିବର୍ତ୍ତନ ଆଣିପାରେ ।