ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୬୦ ବର୍ଷରେ ଦ୍ୱିତୀୟ ବିବାହ କରି ଚର୍ଚ୍ଚାରେ ଫିଲ୍ମ ଦୁନିଆର ଜଣାଶୁଣା ନାଁ ଆଶିଷ ବିଦ୍ୟାର୍ଥି । ଗତକାଲି ସେ କୋଲକାତାର ବିଜନେସୱିମେନ ରୁପାଲି ବରୁଆଙ୍କୁ ଦ୍ୱିତୀୟ ବିବାହ କରିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଶିଷଙ୍କ ଦ୍ୱିତୀୟ ବିବାହ ଖବର ତାଙ୍କ ପ୍ରଥମ ପତ୍ନୀ ରାଜୋଶୀ ବରୁଆଙ୍କୁ ଶକ୍ତ ଝଟକା ଦେଇଛି । ସେ ଏଥିରେ କେତେ ଦୁଃଖିତ ତାହା ସେ ସୋସିଆଲ ମିଡିଆରେ ସେୟାର କରିଥିବା ପୋଷ୍ଟରୁ ହିଁ ଜଣାପଡୁଛି ।
ରାଜୋଶୀ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ପୋଷ୍ଟ ଲେଖିଛନ୍ତି । ସେ ଏକ ପୋଷ୍ଟରେ ଲେଖିଛନ୍ତି କି, ଲାଗୁଛି ଅଳ୍ପ ସମୟରେ ସବୁ କିଛି ଶେଷ ହେଇଗଲା । ସଠିକ୍ ବ୍ୟକ୍ତି ଆପଣଙ୍କୁ କେବେ ପ୍ରଶ୍ନ ପଚାରିବେ ନାହିଁ ଯେ ଆପଣ ସେମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ଏହା ସେତେବେଳେ କରିବେ ଯେତେବେଳେ ସେ ଜାଣିବେ ଯେ ଏହା ଆପଣଙ୍କୁ ଆଘାତ କରିବ । ଏହାକୁ ମନେରଖ ।