ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆୟୁଷ୍ମାନ ଖୁରାନା ଏବଂ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ‘ଡକ୍ଟର ଜି’ ଚଳିତବର୍ଷ ଅକ୍ଟୋବର ୧୪ ରେ ସିନେମାହଲରେ ରିଲିଜ୍ ହୋଇଥିଲା କିନ୍ତୁ ଫିଲ୍ମଟି ଦର୍ଶକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିପାରିନଥିଲା । ମାତ୍ର ଫିଲ୍ମଟି ପୁଣି ଥରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି ।
ଅନୁଭୂତି କଶ୍ୟପଙ୍କ ନିର୍ଦ୍ଦେଶିତ ମେଡିକାଲ କ୍ୟାମ୍ପସ କମେଡି-ଡ୍ରାମା ଫିଲ୍ମ ଖୁବ୍ ଶୀଘ୍ର ଓଟିଟିରେ ଷ୍ଟ୍ରିମ ହେବାକୁ ଯାଉଛି ।
ଫିଲ୍ମଟି ଡିସେମ୍ବର ୧୧ ରେ ନେଟଫ୍ଲିକ୍ସ ଇଣ୍ଡିଆ ରେ ଷ୍ଟ୍ରିମିଙ୍ଗ ହେବ ।