ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରୀର ଅନେକ ନାମୀଦାମୀ କଳାକାରଙ୍କ ନାଁ ଡ୍ରଗ ମାମଲାରେ ସମ୍ନାକୁ ଆସିଥିବା ବେଳେ ଏଥିରେ କମେଡିଆନ ଭାରତୀ ସିଂ ଏବଂ ତାଙ୍କ ପତି ହର୍ଷ ମଧ୍ୟ ସାମିଲ ଥିଲେ । ଏହି ମାମଲାରେ ଏବେ ଏନସିବି ପକ୍ଷରୁ ଉଭୟ ପତି-ପତ୍ନୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଖୁବ୍ ଶୀଘ୍ର ଉଭୟଙ୍କ ବିରୋଧରେ କୋର୍ଟରେ ମାମଲା ଆରମ୍ଭ ହୋଇଯିବ ।
୨୦୨୦ ମସିହାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭାରତୀ-ହର୍ଷଙ୍କୁ ଘରୁ ଗଞ୍ଜେଣ ଜବତ କରିବା ପରେ ତାଙ୍କୁ ଗିରଫ କରିଥିଲେ । ଏବେ ଉଭୟ ଜାମିନରେ ବାହାରକୁ ଆସିଛନ୍ତି ।