ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବରୁଣ ଧୱନ ଓ କ୍ରିତି ସେନନଙ୍କ ଫିଲ୍ମ ‘ଭେଡିୟା’ ସିନେମାହଲରେ ରିଲିଜ ହୋଇ ସାରିଛି । ଓପେନିଙ୍ଗ ଡେରୁ ୱିକେଣ୍ଡ ଯାଏଁ ଅର୍ଥାତ ତିନି ଦିନରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିବା ସହ ଠିକ୍ ଠାକ୍ ଆୟ ମଧ୍ୟ ହୋଇଛି । କିନ୍ତୁ ସୋମବାର ଫିଲ୍ମର ଆୟରେ ହ୍ରାସ ଘଟିଛି । ଚତୁର୍ଥ ଦିନ ବକ୍ସଅଫିସରେ ଜଲୱା କରିବାରେ ଅସଫଳ ହୋଇଛି ଫିଲ୍ମ ।
ଫିଲ୍ମଟି ରିଲିଜ୍ ହେବାର ପ୍ରଥମ ଦିନରେ ୭.୪୮ କୋଟି , ଦ୍ୱିତୀୟ ଦିନରେ ୯.୫୭ କୋଟି ଏବଂ ତୃତୀୟ ଦିନରେ ୧୧.୫ କୋଟି ଆୟ କରିଥିବା । ମାତ୍ର ଚତୁର୍ଥ ଦିନରେ ଆୟରେ ହ୍ରାସ ଘଟିଛି ଚତୁର୍ଥ ଦିନରେ ୩.୮୫ ଆୟ କରିଛି ଫିଲ୍ମ । ଏହାପରେ ଏବେ ଫିଲ୍ମର ମୋଟ କଲେକ୍ସନ ୩୨.୪୦ କୋଟି ହୋଇଛି ।