ମୁମ୍ବାଇ (ଏଟିଆର ବ୍ୟୁରୋ): ରିଅଲିଟି ସୋ ବିଗବସ୍ ସିଜିନ୍ ୧୩ ର ପ୍ରତିଯୋଗୀ ଆସୀମ ରିୟାଜ ଖୁବ୍ ଚର୍ଚ୍ଚା ସାଉଣ୍ଟିଛନ୍ତି । ଏବେ ସୋ’ ଶେଷ ହେବା ପରେ ଆସୀମଙ୍କ ନାଁ ଅନେକ ହିନ୍ଦୀ ଫିଲ୍ମର ପ୍ରୋଜେକ୍ଟ ସହ ଯୋଡି ହୋଇଛି । କେବଳ ଏତିକି ନୁହେଁ ସିଂହଳ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଙ୍କ ସହିତ ଏକ ମ୍ୟୁଜିକ୍ ଭିଡିଓରେ ଆସୀମ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଜ୍ଞା ହଁ ଜ୍ୟାକଲିନ୍ ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଆସୀମଙ୍କ ସହିତ ଏକ ବୁମରାଂ ଭିଡିଓ ସେୟାର କରି ଏନେଇ ସ୍ପଷ୍ଟି କରଣ ଦେଇଛନ୍ତି ।
ରିପୋର୍ଟ ମୁତାବକ, ଏହା ଏକ ଲୋକ ଗୀତ ହେବ, ଯାହାକୁ ନେହା କକ୍କଡ କଣ୍ଠଦାନ କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ ରାଧିକା ରାୟ ଏବଂ ବିନୟ ସପ୍ରୁ । ଏହି ଗୀତର ସୁଟିଂ ମୁମ୍ବାଇରେ ହେବ । ଏହାର ପ୍ରଯୋଜନା ଦାୟିତ୍ୱରେ ଭୂଷଣ କୁମାର ରହିଛନ୍ତି ।
୨୦୧୬ ମସିହାରେ ଲଞ୍ଚ ହୋଇଥିବା ଏକ ମ୍ୟୁଜିକ ଭିଡିଓ ‘ଜିଏଫ୍ ବିଏଫ୍’ ରେ ନଜର ଆସିଥିଲେ ଜ୍ୟାକଲିନ୍ । ଦୀର୍ଘ ଚାରି ବର୍ଷ ପରେ ପୁଣି ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ ଜ୍ୟାକଲିନ୍ । ଏହି ଗୀତ ମାର୍ଚ୍ଚ ୭ ରେ ଲଞ୍ଚ ହେବ ।