ମୁମ୍ବାଇ (ଏଟିଆର ବ୍ୟୁରୋ); ଟେଲିଭିଜନର ସବୁଠୁ ଚର୍ଚ୍ଚିତ ରିଆଲିଟି ସୋ’ ମଧ୍ୟରୁ ଗୋଟେ ହେଉଛି ବିଗ୍ ବସ୍ । ଏହି ସୋ’କୁ ଯିଏ ଆସେ ତାର ଭାଗ୍ୟ ଚମକି ଯାଏ । ସେଥିପାଇଁ ଏହି ସୋ’ରେ ଭାଗ ନେବା ପାଇଁ ସମସ୍ତେ ଚାହିଁଥାନ୍ତି । ସେହିପରି ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଗ୍ ବସ୍ । ଅକ୍ଟୋବର ୨ ରୁ ଏହି ସୋ’ର ଗ୍ରାଣ୍ଡ ପ୍ରିମିୟର ହେବାକୁ ଯାଉଛି ।
ଏହା ପୂର୍ବରୁ ବିଗ୍ ବସ୍ ର ଲାଇଭ ଷ୍ଟ୍ରିମିଙ୍ଗ ଭର୍ସନ ଓଟିଟି ରେ ଚାଲିଥିଲା । କରଣ ଜୋହର ଏହାର ହୋଷ୍ଟ କରୁଥିବା ବେଳେ ଏହାର ବିଜେତା ହୋଇଥିଲେ ଦିବ୍ୟା ଅଗ୍ରୱାଲ । ସେହିପରି ଏଥରକ ବିଗବସ୍ ୧୫ ରେ ପ୍ରତିକ ସହଜପାଲ, ନିଶାନ୍ତ ଭଟ୍ଟ, ଶମିତା ସେଟ୍ଟୀ, ତେଜସ୍ୱୀ ପ୍ରକାଶ, କରଣ କୁନ୍ଦ୍ରା, ଅକ୍ସା ସିଂହ, ଡୋନଲ ବିଷ୍ଟ, ଅମର ରିୟାଜ, ସିମ୍ବା ନାଗପାଲ, ସାହିଲ ଶ୍ରଫ , ନିଶା ଅୟର. ଇିଶାଲ କୋଟିୟନ, ବିଧି ପାଣ୍ଡ୍ୟା ଆଦି ସାମିଲ ହୋଇପାରନ୍ତି ।
ଏଥରକ ଜଙ୍ଗଲ ଥିମ୍ ରହିଛି । ଯେଉଁଥିରେ ପ୍ରତିଯୋଗୀ ମାନଙ୍କୁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଆଜି ରାତି ସାଢେ ୯ଟାରେ ବିଗ ବସ୍ ୧୫ ର ଓପନିଙ୍ଗ ଏପିସୋଡର ପ୍ରିମିୟର କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ । ଏହାକୁ ଭୁଟ୍ ଆପ୍ ରେ ମଧ୍ୟ ଷ୍ଟ୍ରିମ କରାଯିବ ।