ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବି-ଟାଉନର ବ୍ଲାକ ବିୟୁଟି ବିପାଶା ବସୁ ଏବଂ କରଣ ସିଂ ଗ୍ରୋବରଙ୍କର ବିବାହକୁ ଆଜି ଦୁଇ ବର୍ଷ ପୂରଣ ହୋଇଯାଇଛି । ଏହି ଅବସରରେ ଦୁଇ କଳାକାର ସୋସିଆଲ ମିଡିଆରେ ବିବାହର ଫଟୋ ଅପଲୋଡ କରି ଦୁହେଁ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବିପାଶା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବିବାହର କିଛି ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ‘ଜଣାପଡୁନି କେତେବେଳେ ଦୁଇବର୍ଷ ବିତି ଗଲାଣି, କାଲିର କଥା ଭଳି ଲାଗୁଛି’ । ଏହାସହିତ ବିପାଶା ତାଙ୍କ ପତୀ କରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏବଂ କରଣ ମଧ୍ୟ ତାଙ୍କ ବିବାହର ଏକ ଫଟୋ ସେୟାର କରି ବିପାଶାଙ୍କ ପାଇଁ ଏକ ପ୍ରେମ ଭରା କ୍ୟାପସନ ଲେଖିଥିଲେ, ମୋତେ ଲାଗୁଛି କି ଯେବେ ତୁମେ ମୋ ଜୀବନରେ ଆସିଥିଲ,ସେହିଦିନ ସବୁଠାରୁ ବଡ ଦିନ ମା ପାଇଁ ଥିଲା । ପୁଣି ଆମର ବିବାହ ହୋଇଥିଲା । ମୋ ଜୀବନରେ ଆସିବା ପାଇଁ ବହୁତ ଧନ୍ୟବାଦ ।